ନିର୍ବନ୍ଧ କଲେ ଅମୀର ଖାନଙ୍କ ଝିଅ : କିଏ ହେବେ ତାଙ୍କ ଜୀବନସାଥୀ?

450

କନକ ବ୍ୟୁରୋ: ଅମୀର ଖାନଙ୍କ ଝିଅ ଆୟରା ଖାନଙ୍କ ନିର୍ବନ୍ଧ ହୋଇଛି । ବୟଫ୍ରେଣ୍ଡ ନୁପୂର ଶିଖରେ ତାଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ୍ କରିବା ସହ ରିଙ୍ଗ ପିନ୍ଧାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅମୀର ଖାନ୍ ଝିଅ ଆୟରା ଓ ଭାବି ଜ୍ୱାଇଁ ନୂପୁରଙ୍କ ନିର୍ବନ୍ଧ ଧୁମଧାମରେ ହୋଇଯାଇଛି । ତେବେ ନିର୍ବନ୍ଧ ଦିନ ଦୁହିଁଙ୍କ ରିଙ୍ଗ ସେରିମନି ଦେଖିବାର ଥିଲା । ପ୍ରଥମେ ଫିଲ୍ମି ଅନ୍ଦାଜରେ ନୂପୁର ଗର୍ଲଫ୍ରେଣ୍ଡ ଆୟରାଙ୍କୁ ପ୍ରମୋଜ କରିବା ପରେ ତାଙ୍କୁ ମୁଦି ପିନ୍ଧାଇଥିଲେ । ନୂପୁରଙ୍କ ଏହି ପ୍ରପୋଜାଲ ଷ୍ଟାଇଲକୁ ନେଟିଜେନ୍ସ ଖୁବ୍ ପସନ୍ଦ କରିଛନ୍ତି । ତୁରନ୍ତ ଆୟରା ତାଙ୍କର ପ୍ରପୋଜାଲକୁ ଆକସେପ୍ଟ କରିନେଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଆୟରା ଓ ନୂପୁରଙ୍କ ରୋମାନ୍ସ ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳେ । ଦୁହେଁ ଟ୍ରାଭିଲିଙ୍ଗର ଭାରି ସୌକିନ୍ । ନୂପୁର ହେଉଛନ୍ତି ଜଣେ ଫିଟନେସ୍ ଟ୍ରେନର ।