କିଛି ଦିନ ତଳେ ଆମିର ଖାନ୍ ନିଜ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୋସ୍ଥାନ’ର ସୁଟିଂ ଶେଷ କରିଛନ୍ତି । ଏବେ ଏହି ଫିଲ୍ମର ପୋଷ୍ଟ ପ୍ରଡ଼କ୍ସନର କାମ ଚାଲୁ ରହିଥିବା ବେଳେ ଦୀପାବଳିରେ ଏହି ଫିଲ୍ମଟି ରିଲିଜ ହେବ ବୋଲି ଜଣା ପଡ଼ିଛି । ଏହି ଫିଲ୍ମ ପରେ ଆମିର ନିଜର ଡ଼୍ରିମ୍ ପ୍ରୋଜେକ୍ଟ ‘ମହାଭାରତ’ କାମ ଆରମ୍ଭ କରିବେ। କିଛି ଦିନ ତଳେ ଆମିର ଏହି ଫିଲ୍ମ ପାଇଁ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଥିବା ସହ ଏହି ଫିଲ୍ମଟି ୧୦୦୦କୋଟି ବଜେଟ୍ରେ ତିଆରି ହେବ ବୋଲି ଜଣାପଡ଼ିଛି । ଏହି ଫିଲ୍ମରେ ମୁକେଶ ଅମ୍ବାନୀ ଟଙ୍କା ଲଗାଇବା ସହ ୩ଟି ଭାଗରେ ଏହି ଫିଲ୍ମ ତିଆରି ହେବ ବୋଲି ସୂଚନା ମିଳିଛି ।
ଏବେ ଆମିର ଏହି ଫିଲ୍ମ ପାଇଁ କାଷ୍ଟିଙ୍ଗ କାମ ଆରମ୍ଭ କରି ସାରିଛନ୍ତି । ଆମିର ମହାଭାରତରେ ପ୍ରଭାସଙ୍କୁ ଅର୍ଜୁନ ଚରିତ୍ର କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏଥିରେ ନିର୍ଦ୍ଦେଶନା ଏସ୍ଏସ୍ ରାଜମୌଲୀ ଦିଅନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଏସ୍ଏସ୍ ରାଜମୌଲୀ ପୂର୍ବରୁ ମହାଭାରତକୁ ନେଇ ଫିଲ୍ମ କରିବେ ବୋଲି ଇଚ୍ଛା ରଖିଥିବା ବେଳେ ଏବେ ଆମିର ତାଙ୍କୁ ଏହି ସୁଯୋଗ ଦେବାକୁ ଚାହୁଁଥିବା କହିଛନ୍ତି । ଏହି ଫିଲ୍ମରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ଆମିର ନିଜେ ଆସିବେ ବୋଲି ଜଣା ପଡ଼ିଥିବା ବେଳେ ଦ୍ରୌପଦୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/aamir-khan-mahabharat.jpg)
/kanak/media/post_attachments/wp-content/uploads/2018/08/We-Should-not-Compare-Dangal-Baahubali-2-Says-Aamir-Khan-1495711440-1001-300x225.jpg)