କନକ ବ୍ୟୁରୋ: ସୋସିଆଲ ମିଡିଆରେ କିଛି ଦିନ ହେବ ‘ବୟକଟ୍ ଲାଲ ସିଂହ ଚଢା’ ଟ୍ରେଣ୍ଡ ହେବାରେ ଲାଗିଛି । ଏହାକୁ ନେଇ ଅଭିନେତା ଅମୀର ଖାନ୍ ଖୁବ୍ ଚିନ୍ତାରେ । ଏହି ଫିଲ୍ମ ହିନ୍ଦୁ ମାନଙ୍କ ଭାବନାକୁ ଆଘାତ କରିଛି ବୋଲି ମତ ପ୍ରକାଶ ପାଇବା ପରେ ନିଜର ସଫେଇ ରହଖିଛନ୍ତି ଅମୀର ଖାନ୍ ।
ଅମୀର କହିଛନ୍ତି ଯେ, ଗୋଟିଏ ଫିଲ୍ମ ବନାଇବାକୁ ଅନେକ ଶ୍ରମ ଲାଗିଥାଏ । ଏଥିରେ ଜଣଙ୍କର ନୁହେଁ ଅନେକ ଲୋକଙ୍କର ପରିଶ୍ରମ ଓ ଆଶା ବାନ୍ଧି ହୋଇରହିଥାଏ । ଏପରି ସ୍ଥଳେ ଲାଲ ସିଂ ଚଢା’ ଫିଲ୍ମକୁ ଏପରି ବିରୋଧ ବାସ୍ତବରେ କଷ୍ଟଦାୟକ । କିଛି ଲୋକେ ଭାବୁଛନ୍ତି ମୁଁ ଯେମିତି ମୋ ଦେଶକୁ ଭଲ ପାଏନାହିଁ । ହେଲେ ମୁଁ ସେହି ଲେକାଙ୍କୁ କହିବାକୁ ଚାହୁଁଛି ଯେ, ମୁଁ ମୋ ଦେଶକୁ ସବୁଠୁ ଅଧିକ ଭଲପାଏ । ତେଣୁ ସେମାନଙ୍କୁ ମୋର ଅନୁରୋଧ ମୋର ଏହି ଫିଲ୍ମକୁ ବୟକଟ୍ କରନ୍ତୁ ନାହିଁ ।’
ଏହି ଚଳଚ୍ଚିତ୍ରଟି ଆସନ୍ତା ୧୧ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ବେଳେ ଏହାକୁ ନଦେଖିବାକୁ ପାଇଁ କିଛି ଲୋକ ସୋସିଆଲ୍ ମିଡିଆରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି।ଆମୀର ଏହି ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିର ଅପମାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଚଳଚ୍ଚିତ୍ରର ଏକ ପୋଷ୍ଟର୍ରେ ମାଆ ଲକ୍ଷ୍ମୀଙ୍କ ଫଟୋ ଲଗାଯାଇ ସେଥିରେ ‘ଲାପତା’ ଅର୍ଥାତ ନିଖୋଜ ବୋଲି ଲେଖାଯାଇଛି। ଯାହାକୁ ନେଇ ଏବେ ବିବାଦ ଜୋର୍ ଧରିଛି।
ଏହି ଚଳଚ୍ଚିତ୍ରରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କରୀନା କପୁର। ଆମୀର ନିକଟରେ କରୀନାଙ୍କୁ ତାଙ୍କ ଅପ୍କମିଂ ଚଳଚ୍ଚିତ୍ରର ନୂଆ ପୋଷ୍ଟର୍ ଜାରି କରି ଶୁଭେଚ୍ଛା ଜଣାଇଥିଲେ। ଆମୀର ଜାରି କରିଥିବା ଏହି ପ୍ରଥମ ପୋଷ୍ଟର୍ରେ କରୀନା କପୁର୍ ଏକ ହଳଦିଆ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଆମୀର ଖାନ୍ କ୍ୟାମେରାକୁ ପଛ କରି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଆଲିଙ୍ଗନ କରିଥିଲେ କରୀନା କପୁର୍।