କନକ ବ୍ୟୁରୋ: ଦିଲ୍ଲୀ ମେୟର ନିର୍ବାଚନ ନେଇ ଆପ୍ ସୁପ୍ରିମକୋର୍ଟର ଶରଣ ନେଇଛି । ଦଳର କହିବା କଥା ଯେ, ଆମେ ଶୀର୍ଷ ଅଦାଲତଙ୍କ ଆଗରେ ୨ଟି ପ୍ରାର୍ଥନା ରଖିଛୁ । ପ୍ରଥମଟି ହେଉଛି ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସମୟରେ ମେୟର ନିର୍ବାଚନ ଅନୁଷ୍ଠିତ ହେଉ । ଦ୍ୱିତୀୟଟି ହେଉଛି ମନୋନୀତ ସଦସ୍ୟଙ୍କୁ ଭୋଟର ଅଧିକାର ପ୍ରଦାନ କରାନଯାଉ । ଦଳର ମୁଖ୍ୟ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ମେୟର ନିର୍ବାଚନ କେଉଁଭଳି ସଠିଭ ଭାବେ ହେବ ସେଥିପାଇଁ ଆମେ ସୁପ୍ରିମକୋର୍ଟ ଯାଇଛୁ । ଏଥିପାଇଁ ଆମେ କୋର୍ଟଙ୍କ ଆଗରେ ଗୁହାରି କରିଛୁ ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀର ଜନତା ଏମସିଡି ନିର୍ବାଚନରେ ଆପକୁ ବହୁମତ ଦେଇଥିଲେ । ଆମେ ସୁପ୍ରିମକୋର୍ଟରେ ଦୁଇଟି କଥାକୁ ଦୃଢଭାବେ ଉପସ୍ଥାପନ କରିଛୁ । ଯେହେତୁ ଏମସିଡିରେ ଦଳର ସରକାରକୁ ଗଢିବାକୁ ଦିଆଯାଉନାହିଁ, ଅନେକ ଚେଷ୍ଟା ପରେ ମଧ୍ୟ ମେୟର ନିର୍ବାଚନ ସଫଳ ହୋଇପାରୁନାହିଁ । ଏସବୁ ଭିତରେ ଆପର ମେୟର ପ୍ରାର୍ଥୀ ଶୈଳୀ ଓବରୟ ଏବଂ ଗୃହର ନେତା ମୁକେଶ ଗୋୟଲ ସୁପ୍ରିମକୋର୍ଟର ଶରଣ ନେଇଛନ୍ତି ।