କନକ ବ୍ୟୁରୋ : ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗତଥର ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଏଥର ନିର୍ବାଚନ ପୂର୍ବରୁ ଗୁଜରାଟରେ ଆମ୍ ଆଦମୀ ପାର୍ଟିର ପ୍ରବେଶ ହୋଇଛି । ଏନେଇ ଦଳ ତରଫରୁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରାଯାଇଛି । ଏହି କ୍ରମରେ ଦଳର ଯ,ୁବ ନେତୃତ୍ୱ ତଥା ରାଜ୍ୟ ସଭା ସାଂସଦ ରାଘବ ଚଡ୍ଡାଙ୍କୁ ଦଳ ଗୁରୁଦାୟିତ୍ୱ ଦେଇଛି । ଦଳ ତରଫରୁ ଗୁଜରାଟ ଦଳୀୟ ମାମଲାରେ ରାଘବଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏହି ପଦ ପାଇବା ପରେ ରାଘବ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Advertisment

ରାଘବ ଚଡ୍ଡା କହିଛନ୍ତି କି ଦାୟିତ୍ୱ ପୁରା କରିବାକୁ ସେ ଆବଶ୍ୟକ ପଡିଲେ ଜୀବନକୁ ବାଜିରେ ଲଗାଇଦେବେ । ସେ ଏକ ଟ୍ୱିଟ କରି ଲେଖିଛନ୍ତି କି ଗୁଜରାଟବାସୀ ପରିବର୍ତ୍ତନ ଚାହୁଁଛନ୍ତି, ରାଜ୍ୟବାସୀ ବିକଶିତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ କେଜ୍ରିୱାଲଙ୍କୁ ଚାହୁଁଛନ୍ତି ।

ସୂଚନା ଥାଉକି ଆମ୍ ଆଦମୀ ପାର୍ଟି ରାଘବ ଚଡ୍ଡାଙ୍କ ନେତୃତ୍ୱରେ ପଞ୍ଜାବ ନିର୍ବାଚନ ଲଢି ସଫଳତା ହାସଲ କରିଥିଲେ । ଦଳ ୧୧୭ ଆସନରୁ ୯୨ ଟି ବିଧାନସଭା ଆସନରେ ଜିତିବାରେ ସଫଳ ହୋଇଥିଲା । ଏନେଇ ଦଳ ତରଫରୁ ସମସ୍ତ ଶ୍ରେୟ ରାଘବଙ୍କୁ ଦିଆଯାଇଥିଲା ।