ପଞ୍ଜାବ ନିର୍ବାଚନକୁ ନେଇ ତତ୍ପର ହୋଇଛି ଆମ୍ ଆଦମୀ ପାର୍ଟି, ଜାରି କଲା ପ୍ରାର୍ଥୀ ତାଲିକା

56

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟି ୨୦୨୨ ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଶୁକ୍ରବାର ଦିନ ଦଳ ତରଫରୁ ପ୍ରଥମ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ତରଫରୁ ଫୋଟକପୁର ଆସନ ପାଇଁ କୁଲତାରସିଂ ରାନ୍ଧୱାଙ୍କ ନାମ ଘୋଷଣା କରିଥିବା ବେଳେ ବରନାଲା ଆସନ ପାଇଁ ଗୁରମୀତ ସିଂଙ୍କ ନାମ ଘୋଷଣା କରିଛି ।

ପାର୍ଟି ତରଫରୁ ଶୁକ୍ରବାରଦିନ ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ୧୦ ଜଣଙ୍କ ନାମ ରହିଛି । ଏଥିରେ ଗଡଶଂକର ଆସନ ପାଇଁ ଜୟ କିଷନ ରେଡ୍ଡୀ, ଜଗରାବ ଆସନ ପାଇଁ ସରବଜିତ କୌର ମନୁକେ, ନିହାଲସିଂ ଆସନ ପାଇଁ ସଂଜୀତ ବିଲାସପୁର, ଫୋଟକପୁର ଆସନ ପାଇଁ କୁଲତାରସିଂ ରାନ୍ଧୱା, ତଲବଡି ସାବେ ପାଇଁ ବଲଜିନ୍ଦର କୌର, ବୁଢଲାଡା ପାଇଁ ପ୍ରିନ୍ସିପାଲ ବୁଧରାମ, ଦିରବା ପାଇଁ ହରପାଲ ସିଂହ ଚିମା, ସନାମ ପାଇଁ ଅମନ ଆରୋରା, ବରନାଲା ପାଇଁ ଗୁରମିତ ସିଂ, ମେହଲ କାଲା ଆସନ ପାଇଁ କୁଲବନ୍ତ ପଣ୍ଡୋରୀ ଙ୍କ ନାମ ଘୋଷଣା କରାଯାଇଛି ।

କହିରଖୁ କି ପଞ୍ଜାବରେ ଅକାଳୀଦଳ ଦୁର୍ବଳ ହେଉଥିବା ବେଳେ କଂଗ୍ରେସର ଦଳୀୟ କନ୍ଦଳ ଦଳକୁ ଅଡୁଆରେ ପକାଇଛି । ଏହାରି ମଧ୍ୟରେ ବିରୋଧୀଦଳରେ ଥିବା ଆପ୍ ନିଜର ସଂଗଠନକୁ ମଜବୁତ କରିବା ଓ ଆସନ୍ତା ନିର୍ବାଚନରେ କ୍ଷମତା ହାସଲ କରିବାକୁ ଅଣ୍ଟା ଭିଡିଛି ।