ନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟି ଜେଲରେ ଥିବା ବିଧାୟକଙ୍କୁ ମିଳିଲା ଜାମିନ ! ବାଜା ବଜାଇ , ପବନରେ ଫାୟାରିଙ୍ଗ୍ କରି ଭବ୍ୟ ସ୍ୱାଗତ କଲେ ସମର୍ଥକ

ନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟି ଜେଲରେ ଥିବା ବିଧାୟକଙ୍କୁ ମିଳିଲା ଜାମିନ ! ବାଜା ବଜାଇ , ପବନରେ ଫାୟାରିଙ୍ଗ୍ କରି ଭବ୍ୟ ସ୍ୱାଗତ କଲେ ସମର୍ଥକ

ଇନ୍ଦୋରର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଜାମିନ୍ ମଞ୍ଜୁର ହେବା ପରେ ଇନ୍ଦୋର ବିଜେପି ଅଫିସ ବାହାରେ ସମର୍ଥକମାନେ ପୁଣିଥରେ ଆଇନ୍ ର ମଜା ଉଡାଇଛନ୍ତି । ଇନ୍ଦୋର ନଗର ନିଗମ ଅଧିକାରୀ ଧୀରେନ୍ଦ୍ର ବାୟସ୍ ଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିବା ଅଭିଯୋଗରେ ଅଭିଯୁକ୍ତ ଆକାଶ ବିଜୟବର୍ଗୀୟଙ୍କ ସମର୍ଥକ ମାନେ ଖୋଲାଖୋଲି ଭାବରେ ପବନରେ ଫାୟାରିଙ୍ଗ୍ କରିଛନ୍ତିି ଯାହା ବିଜେପି ଅଫିସ୍ ସାମ୍ନାରେ ହୋଇଛି । କେବଳ ଏତିକି ନୁହେଁ ବାଣ ଫୁଟାଇବା ସହ ନାରା ଦେଇ ବିଜୟବର୍ଗୀୟଙ୍କୁ ସ୍ୱାଗତ କରାଯାଇଛି ।

publive-image

ଶନିବାର ଭୋପାଳର ବିଶେଷ କୋର୍ଟରୁ ୨୦-୨୦ ହଜାର ଅର୍ଥଦଣ୍ଡରେ ଆକାଶ ବିଜୟବର୍ଗୀୟଙ୍କୁ ଜାମିନ ମିଳିଯାଇଥିଲା । ମଧ୍ୟପ୍ରଦେଶ ବିଜେପିର ବଡ ନେତା କୈଳାଶ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟଙ୍କୁ ଜାମିନ ଖବର ମିଳିବା କ୍ଷଣି ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିଲା । ଆକାଶ ବିଜୟବର୍ଗୀୟଙ୍କୁ ସ୍ୱାଗତ କରିବା ପାଇଁ ସମର୍ଥକ ଢୋଲ ବଜାଇ ରାସ୍ତାକୁ ବାହାରି ଆସିଥିଲେ ଏବଂ ଜିନ୍ଦାବାଦ୍ ନାରା ଲଗାଇ ପବନରେ ଫାୟାରିଙ୍ଗ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe