କରୋନା ମୁକାବିଲା : ସାରା ରାଜ୍ୟରେ ବନ୍ଦ ରହିବ ଆହାର କେନ୍ଦ୍ର । କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲାରହିବ ।

512

କନକ ବ୍ୟୁରୋ : କରୋନା ସତର୍କତା ପାଇଁ ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଅତିରିକ୍ତ ସଚିବ ।