ଆଜିଠୁ ଖୋଲିବ ‘ଆହାର’ କେନ୍ଦ୍ର : ବାତ୍ୟା ଯୋଗୁୁଁ ୨୨ଟି ସହରର ୨୭ଟି ଆହାର କେନ୍ଦ୍ର ଥିଲା ବନ୍ଦ, ବିକଳ୍ପ ବ୍ୟବସ୍ଥା ସହ ଆଜିଠୁ ଖୋଲିବ

Advertisment
ଆଜିଠୁ ଖୋଲିବ ‘ଆହାର’ କେନ୍ଦ୍ର : ବାତ୍ୟା ଯୋଗୁୁଁ ୨୨ଟି ସହରର ୨୭ଟି ଆହାର କେନ୍ଦ୍ର ଥିଲା ବନ୍ଦ, ବିକଳ୍ପ ବ୍ୟବସ୍ଥା ସହ ଆଜିଠୁ ଖୋଲିବ

source : Wikipedia

କନକ ବ୍ୟୁରୋ : ଆଜିଠୁ ଖୋଲିବ ବାତ୍ୟା ଯୋଗୁଁ ବନ୍ଦ ଥିବା ‘ଆହାର’ କେନ୍ଦ୍ର । ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ୧୩ଟି ଜିଲ୍ଲାର ୫୩ଟି ସହରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତି ପରିମାଣ ପ୍ରାୟ ୫୨୪ କୋଟି ୩୫ ଲକ୍ଷ ଟଙ୍କା ବୋଲି ପ୍ରାଥମିକ ଆକଳନ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ତେବେ ବାତ୍ୟା ଫୋନି ଯୋଗୁଁ ୨୨ଟି ସହରର ୨୭ଟି ଆହାର କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା । ଆଜି ପୂର୍ବାହ୍ନ ୧୧ଟାରୁ ସମସ୍ତ ଆହାର କେନ୍ଦ୍ର ଖୋଲିବ ।

publive-image

ସମସ୍ତ ସୂଚନା ଦେଇ ବିଭାଗୀୟ ପ୍ରମୁଖ ସଚିବ ଜି. ମାଥିଭାଥନନ୍ କହିଲେ ଯେ, ଫୋନି ଯୋଗୁଁ ପୁରୀ, ଭୁବନେଶ୍ବର ସମେତ ବିଭିନ୍ନ ସହରାଞ୍ଚଳର ୨୯୧.୧୨୪ କି.ମି. ଡ୍ରେନ୍, ୭୫୦.୪୪୦ କି.ମି. ରାସ୍ତା, ୨୬୭ଟି କଲଭର୍ଟ, ସ୍ବିରେଜ୍, ଏସଟିପି, ଏଲଇଡି ଷ୍ଟ୍ରିଟ୍ ଲାଇଟ୍, ମାର୍କେଟ୍ କମ୍ପ୍ଲେକ୍ସ, ସ୍ବାସ୍ଥ୍ୟକେନ୍ଦ୍ର, ପାଠାଗାର ଆଦି ପୌରାଞ୍ଚଳ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ସେ କହିଲେ ବାତ୍ୟା ଯୋଗୁଁ ସହରାଞ୍ଚଳରେ ପାନୀୟଜଳ ଭୀଷଣ ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ ବିଭାଗ ତରଫରୁ ପ୍ରାକ୍ ପ୍ରସ୍ତୁତି କରାଯାଇଥିବାରୁ ଅନେକାଂଶରେ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ସମ୍ଭବ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe