ଆଜିଠାରୁ ଦେଶରେ ବଦଳିଲା ଏହି ୭ ଟି ନିୟମ, ଆପଣଙ୍କ ପକେଟ ଉପରେ ସିଧାସଳଖ ମହଙ୍ଗା ମାଡ

1,908

କନକ ବ୍ୟୁରୋ : ଜୁଲାଇ ପହିଲା ଅର୍ଥାତ ଆଜିଠାରୁ ଦେଶରେ ୭ ଟି ନିୟମର ପରିବର୍ତ୍ତିନ ହୋଇଛି । ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଏଥିପାଇଁ ଆପଣ ତୁରନ୍ତ ଏହି ନିୟମ ବାବଦରେ ଜାଣିବା ନିହାତି ଆବଶ୍ୟକ । ଜାଣନ୍ତୁ କାହା ଉପରେ କଣ ବଦଳିଛି ନିୟମ ।

ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର : ଦେଶରେ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ଉପରେ ଆଜିଠାରୁ ଦାମ କମ ହୋଇଛି । ୧୯ କିଲୋ ଗ୍ୟାସ ସିଲିଣ୍ଡରର ଦାମ ୨୨୧୯ ଟଙ୍କାରୁ କମି ଆଜିଠାରୁ ୨୦୨୧ ଟଙ୍କାରେ ମିଳିବ ।

ଆଧାର କାର୍ଡ ସହ ପାନକାର୍ଡ ଲିଙ୍କ : ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ ନେଇ ସରକାର ଦେଇଥିବା ସମୟ ସମାପ୍ତ ହୋଇଛି । ଏବେ ଯେଉଁମାନେ ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିବାକୁ ଚାହିଁବେ ସେମାନଙ୍କ ୧ ହଜାର ଟଙ୍କା ଦେୟ ଦେବାକୁ ପଡିବ । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏବାବଦରେ ନାଗରିକଙ୍କୁ ୫୦୦ ଟଙ୍କା ଦେୟ ଦେବାକୁ ପଡୁଥିଲା ।

କ୍ରିପ୍ଟୋ କରେନ୍ସି ବ୍ୟବସାୟ ପାଇଁ ଦେବାକୁ ହେବ ଟିଡିଏସ : ଏବେ ନୂଆ ନିୟମ ମୁତାବକ ଯଦି ଆପଣ ବାର୍ଷିକ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କାର କ୍ରିପ୍ଟୋକରେନ୍ସି କାରବାର କରୁଛନ୍ତି ସେଥିପାଇଁ ଆପଣଙ୍କୁ ୧ ପ୍ରତିଶତ ଚାର୍ଜ ଦେବାକୁ ପଡିବ ।

କେୱାସି ଦେଇ ନଥିବା ଡିମେଟ ଆକାଉଣ୍ଟ ଡିଆକ୍ଟିଭ : ଡିମେଟ କିମ୍ବା ବାଣିଜ୍ୟ ଆକାଉଣ୍ଟ ପାଇଁ କେୱାସୀ ଡିପୋଜିଟ କରିବାର ଶେଷ ତାରିଖ ଜୁନ ୩୦ ପର୍ଯ୍ୟନ୍ତ ଥିଲା । ଯଦି ଆପଣ ଜୁନ ୩୦ ତାରିଖ ମଧ୍ୟରେ ଆପଣଙ୍କ ଡିମେଟ ଆକାଉଣ୍ଟ ସହ କେୱାସୀ ଡିପୋଜିଟ କରି ନାହାଁନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଆଜିଠାରୁ ଡିଆକ୍ଟିଭ ହୋଇଯିବ । ଏହି କାରଣରୁ ଆପଣ ଆଉ ସେୟାର ମାର୍କେଟରେ କାରବାର କରିପାରିବେ ନାହିଁ ।

ମୋଟର ସାଇକେଲ ମହଙ୍ଗା : ଜୁଲାଇ ପହିଲା ଅର୍ଥାତ ଆଜିଠାରୁ ଦେଶରେ ଦୁଇଚକିଆ ଯାନ କିଣିବା ମହାଙ୍ଗା ହୋଇଛି । ହିରୋମୋଟୋକପ କମ୍ପାନୀ ତରଫରୁ ନିଜର ବ୍ରାଣ୍ଡେଡ ବାଇକ ଉପରେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଉପହାର ଦେବା ହେଲା ମହଙ୍ଗା : ସରକାରଙ୍କ ନୁଆ ନିୟମ ମୁତାବକ ଏବେ ବ୍ୟବସାୟୀଙ୍କୁ ମିଳୁଥିବା ଉପହାର ଉପରେ ୧୦ ପ୍ରତିଶତ ଟିଡିଏସ ଲାଗିବ । ଏହି ଟ୍ୟାକ୍ସ ଡାକ୍ତର ଓ ସାମାଜିକ ଗଣମାଧ୍ୟମରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ ଲାଗିବ ।

ଦେବାକୁ ପଡିବ ଅଧିକ ଟୋଲ ଟ୍ୟାକ୍ସ : ଦିଲ୍ଲୀରୁ ଡେରାଡୁନ (ଏନ ଏଚ-୫୮) ଦେଇ ଯାତାୟତ କରୁଥିବା ସମସ୍ତ ବାହାନ ଉପରେ ଏବେ ଟୋଲ ଟ୍ୟାକ୍ସ ବୃଦ୍ଧି କରାଯାଇଛି । ଏହି ରାସ୍ତାରେ ଯାଉଥିବା ଗାଡିଗୁଡିକୁ ଏବେ ୫ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଟ୍ୟାକ୍ସ ଦେବାକୁ ହେବ ।