ଭାରି ପଡିବ ଆଧାରକାର୍ଡର ଭୁଲ ବ୍ୟବହାର: ଦେବେ ୧ କୋଟି ଟଙ୍କା ଯାଏଁ ଜୋରିମାନା 

431

କନକ ବ୍ୟୁରୋ: ଏଣିକି ଆଧାରକାର୍ଡର ଭୁଲ ବ୍ୟବହାର ଆପଣଙ୍କୁ ଭାରି ପଡିପାରେ । ଯଦି ଆପଣ ଆଧାରକାର୍ଡର ନିୟମ ଉଲ୍ଲଘଂନ କରନ୍ତି ତେବେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ହେବ । ୟୁଆଇଡିଏଆଇର ନିୟମ ଅନୁସାରେ ଏହି ନିୟମ ଉଲ୍ଲଘଂନକାରୀଙ୍କୁ  ୧ କୋଟି ଟଙ୍କା ଯାଏଁ ଜୋରିମାନା ଦେବାକୁ ହେବ । ଯଦି ଆପଣ ଆଧାରକାର୍ଡର ଭୁଲ ବ୍ୟବହାର କରୁଥାନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନଚେତ ଆପଣଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ହେବ ।

ସୂଚନା ଅନୁସାରେ ଏହି ନିୟମ ପୂର୍ବରୁ ଲାଗୁ ହୋଇ ସାରିଛି । ଏବେ ଦୁଇ ବର୍ଷ ପରେ ଏହାର ଅଧିସୂଚନା ଜାରି କରାଯାଇଛି । ବର୍ତ୍ତମାନ  ୟୁଆଇଡିଏଆଇ ଆଧାର ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଅଧିକାରୀ ମଧ୍ୟ ନିଯୁକ୍ତି କରିପାରିବେ ।

ଆଧାର ନିୟମ ଉଲ୍ଲଘଂନରେ ଅଭିଯୋଗ ମଧ୍ୟ ଦାଖଲ ହୋଇପାରିବ । ନିଯୁକ୍ତି ଅଧିକାରୀମାନେ ଏହି ମାମଲାର ତଦାରଖ କରିବେ । ଆଧାରକାର୍ଡକୁ ଅନେକ ଲୋକ ଭୁଲ ବ୍ୟବହାର କରୁଥିବାରୁ ଏପରି ନିଷ୍ପତ୍ତି ନେଇଛି ୟୁଆଇଡିଏଆଇ ।