କନକ ବ୍ୟୁରୋ: ଏଣିକି ଆଧାରକାର୍ଡର ଭୁଲ ବ୍ୟବହାର ଆପଣଙ୍କୁ ଭାରି ପଡିପାରେ । ଯଦି ଆପଣ ଆଧାରକାର୍ଡର ନିୟମ ଉଲ୍ଲଘଂନ କରନ୍ତି ତେବେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ହେବ । ୟୁଆଇଡିଏଆଇର ନିୟମ ଅନୁସାରେ ଏହି ନିୟମ ଉଲ୍ଲଘଂନକାରୀଙ୍କୁ ୧ କୋଟି ଟଙ୍କା ଯାଏଁ ଜୋରିମାନା ଦେବାକୁ ହେବ । ଯଦି ଆପଣ ଆଧାରକାର୍ଡର ଭୁଲ ବ୍ୟବହାର କରୁଥାନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନଚେତ ଆପଣଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ହେବ ।
ସୂଚନା ଅନୁସାରେ ଏହି ନିୟମ ପୂର୍ବରୁ ଲାଗୁ ହୋଇ ସାରିଛି । ଏବେ ଦୁଇ ବର୍ଷ ପରେ ଏହାର ଅଧିସୂଚନା ଜାରି କରାଯାଇଛି । ବର୍ତ୍ତମାନ ୟୁଆଇଡିଏଆଇ ଆଧାର ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଅଧିକାରୀ ମଧ୍ୟ ନିଯୁକ୍ତି କରିପାରିବେ ।
ଆଧାର ନିୟମ ଉଲ୍ଲଘଂନରେ ଅଭିଯୋଗ ମଧ୍ୟ ଦାଖଲ ହୋଇପାରିବ । ନିଯୁକ୍ତି ଅଧିକାରୀମାନେ ଏହି ମାମଲାର ତଦାରଖ କରିବେ । ଆଧାରକାର୍ଡକୁ ଅନେକ ଲୋକ ଭୁଲ ବ୍ୟବହାର କରୁଥିବାରୁ ଏପରି ନିଷ୍ପତ୍ତି ନେଇଛି ୟୁଆଇଡିଏଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/35-2.jpg)