ଗୋଟିଏ ଦିନରେ ଗୋଟିଏ ଗାଁରେ ଜନ୍ମ ହେଲେ ୮୦୦ ଜଣ ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ, ପ୍ରମାଣ ହେଉଛି ଆଧାରକାର୍ଡ

75

ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ହେଉଛି ଆଧାରକାର୍ଡ । ସବୁ କ୍ଷେତ୍ରରେ ଏବେ ଆଧାରକାର୍ଡ ଖୋଜା ପଡୁଛି । ବ୍ୟାଙ୍କରେ ଖାତା ଖୋଲିବା ହେଉ ଅବା ସିମ କିଣିବା ପ୍ରତ୍ୟେକ କ୍ଷେତ୍ରରେ ଏବେ ଆଧାରକାର୍ଡ ନିତାନ୍ତ ଅପରିହାଯ୍ୟ । ଏପରିସ୍ଥଳେ ଆଧାରକାର୍ଡର ଏକ ସାଂଘାତିକ ଭୁଲ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

adhar 1ହରିଦ୍ୱାରରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଖାଟା ଗ୍ରାମରେ ଲୋକଙ୍କୁ ମିଳିଥିବା ଆଧାରକାର୍ଡକୁ ନେଇ ଏବେ ଜବରଦସ୍ତ ଚର୍ଚ୍ଚା ହେଉଛି । ଏହି ଗ୍ରାମର ୮୦୦ ଲୋକଙ୍କୁ ମିଳିଥିବା ଆଧାରକାର୍ଡରେ ଜନ୍ମତାରିଖ ସମାନ ରହିଛି । ନ୍ୟୁଜ ଏଜେନ୍ସି ଏନଆଇ ମୁତାବିକ ଉତ୍ତରାଖଣ୍ଡର ଏହି ଗ୍ରାମର ୮୦୦ ଲୋକଙ୍କ ଆଧାରକାର୍ଡରେ ଜନ୍ମତାରିଖ ୧ ଜାନୁଆରୀ ଲେଖାଅଛି । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ହୋଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ ଏସବକୁ ସଠିକ୍ ଭାବେ ପ୍ରସ୍ତୁତ କରାଯାଉନାହିଁ ।

ଆଧାରକାର୍ଡରେ ହୋଇଥିବା ଭୂଲ ବିଷୟରେ ହରିଦ୍ୱାର ଏସଡିଏମ କହିଛନ୍ତି, ମିଡିଆରେ ଖବର ପ୍ରକାଶ ପାଇବା ପରେ ତାଙ୍କ ଦୃଷ୍ଟିଗୋଚରକୁ ଏହି ଖବର ଆସିଛି । ଏହି ମାମଲା ତାଙ୍କ ଦୃଷ୍ଟିଗୋଚରକୁ ଆସିବା ପରେ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଭୂଲ ଯେ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ତେବେ ଆଧାରକାର୍ଡରେ ଏଭଳି ଭୂଲ କିଛି ନୂଆ କଥା ନୁହେଁ । ବିଭିନ୍ନ ସମୟରେ ଆଧାରକାର୍ଡରେ ଜନ୍ମତାରିଖ, ନାମ ଓ ଠିକଣା ଭୂଲ ଥିବାର ନଜିର ରହିଛି । ସରକାରଙ୍କ ତରଫରୁ ବିଭିନ୍ନ ବେସରକାରୀ ସଂସ୍ଥାକୁ ଆଧାରକାର୍ଡ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଉଥିବାରୁ ଏଭଳି ଭୂଲ ହେଉଛି ବୋଲି ସାଧାରଣ ଲୋକ କହିଛନ୍ତି ।