କନକ ବ୍ୟୁରୋ : ଆଧାରକାର୍ଡ, ଏବେ ପ୍ରତିଟି କ୍ଷେତ୍ରରେ ଆବଶ୍ୟକ ପଡୁଥିବା ଏକ ପ୍ରମାଣ ପତ୍ର । ସ୍କୁଲରେ ପିଲାଙ୍କ ନାମ ଲେଖାଠୁ ଆରମ୍ଭ କରି ମୃତ୍ୟୁ ପରେ ଲୋକଙ୍କ ଡେଥ୍ ସାର୍ଟିଫିକେଟ୍ ବାହାର କରିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆଧାର କାର୍ଡ ଜରୁରୀ ହୋଇପଡିଛି । କିନ୍ତୁ ଆଧାର କାର୍ଡରେ ଯଦି କୌଣସି ଭୁଲ ଭଟକା ଥାଏ, ଯେପରିକି ନାମ, ଠିକଣା କିମ୍ବା ଡେଟ୍ ଅଫ୍ ବାଥ୍ ଭୁଲ ଥାଏ ତେବେ ତାକୁ ଠିକ୍ କରିବାକୁ ପଡିଥାଏ । ଯେଉଁଥିପାଇଁ ପୂର୍ବରୁ ପ୍ରମାଣ ପତ୍ର ସହ ୟୁଆଇଡିଏଆଇର ଅନୁମତି ଆବଶ୍ୟକ ପଡୁଥିଲା । କିନ୍ତୁ ବର୍ତ୍ତମାନ ଆଧାରକାର୍ଡରରେ କୌଣସି ଅପଡେଟ୍ କରିବା ପାଇଁ ଆଉ ୟୁଆଇଡିଏଆଇର ଅନୁମତି ଆବଶ୍ୟକ ପଡିବ ନାହିଁ । କେବଳ ଘରର ମୁରବିଙ୍କ ଅନୁମତି ମିଳିଲେ ଅନଲାଇନରେ ହିଁ ଆଧାରକାର୍ଡକୁ ଅପଡେଟ୍ କରିହେବ । ଆସନ୍ତୁ ଜାଣିବା କିପରି କରିବେ ଅପଡେଟ୍ ।

Advertisment

ଏମିତି ଅପଡେଟ୍ ହେବ ଆଧାର
ୟୁଆଇଡିଏଆଇର କହିବା ଅନୁସାରେ, ଆଧାର ଧାରକଙ୍କ ଆଧାର ଅପଡେଟ୍ ପାଇଁ ଏକ ନୂଆ ନିୟମ ଅଣାଯାଇଛି । ଏହି ନିୟମ ଅନୁସାରେ, ଆଧାର ଅପଡେଟ୍ ପାଇଁ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ପଡିବ ନାହିଁ । ଏଥିପାଇଁ କେବଳ ପରିବାରର ମୁଖିଆଙ୍କ ଅନୁମତି ଆବଶ୍ୟକ ପଡିଥାଏ । ଅପଡେଟ୍ ପାଇଁ ଆବେଦନକାରୀ ଏବଂ ପରିବାରର ମୁଖିଆଙ୍କ ନାଁ ଓ ଦୁହିଁଙ୍କର ସମ୍ପର୍କକୁ ଉଲ୍ଲେଖ କରୁଥିବା ଡକ୍ୟୁମେଣ୍ଟର ଆବଶ୍ୟକ ପଡିଥାଏ । ଯେପରିକି ରାସନ କାର୍ଡ. ମାର୍କସିଟ୍, ମ୍ୟାରେଜ୍ ସାର୍ଟିଫିକେଟ୍, ଆଦି ଦସ୍ତାବିଜର ବ୍ୟବହାର କରିପାରିବେ ।

ବାହାରେ ରହୁଥିବା ଲୋକଙ୍କୁ ମିଳିବ ଲାଭ
ଅନେକ ଲୋକ ଅଛନ୍ତି ଯେଉଁମାନେ ରୋଜଗାର ପାଇଁ ଘର ବାହାରେ ଚାକିରି କରୁଛନ୍ତି କିମ୍ବା କୌଣସି କମ୍ପାନୀରେ ମୁଲ ଲାଗୁଛନ୍ତି । ଯେଉଁମାନଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ୍ ନାହିଁ । ସେହିଭଳି ଲୋକଙ୍କ ପାଇଁ ଅନଲାଇନରେ ଆଧାର ଅପଡେଟର ଏହି ପ୍ରକ୍ରିୟା ଲାଭଦାୟକ ହେବ । ପଖାରେ କୌଣସି ଦସ୍ତାବିଜ ନଥିଲେ ବି ସେମାନେ ଅନଲାଇନରେ ଘରର ମୁରବିଙ୍କ ଅନୁମତି ନେଇ ନିଜ ଆଧାରକୁ ଅପଡେଟ୍ କରିପାରିବେ ।

ତେବେ ଦିନକୁ ଦିନ ଯୁଗ ବଦଳିବା ସହ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଦେଶ ଆଗକୁ ବଢୁଛି । ଲୋକେ ଯେପରି ଅତି ସହଜରେ ଘରେ ବସି ସବୁ ସୁବିଧା ପାଇପାରିବେ ସେନେଇ ନୂଆ ନୂଆ ତରିକା ବାହାରୁଛି । ଅନଲାଇନ୍ ମାଧ୍ୟମରେ ବଡରୁ ବଡ କାମବି ଏବେ ଘରେ ବସି କରିହେଉଛି । ବର୍ତମାନ ୫ଜି ଆସିବା ପରେ ଅନଲାଇନ୍ କାମ ଆହୁରି ସହଜ ହୋଇଯିବ । ଲୋକେ ଚୁଟକି ସବୁ କାମ କରିପାରିବେ ।