ବିମାନ ଯାତ୍ରା ପାଇଁ ମୋବାଇଲ ଆଧାର

Advertisment
ବିମାନ ଯାତ୍ରା ପାଇଁ ମୋବାଇଲ ଆଧାର

Source: intoday.in/indiatoday

କନକ ବ୍ୟୁରୋ: ବିମାନ ବନ୍ଦର ଗୁଡ଼ିକରେ ପ୍ରବେଶ କରିବା ପାଇଁ ୧୦ଟି ଦସ୍ତାବିଜକୁ ଅନୁମତି ପ୍ରଦାନ କରିଛି ବେସାମରିକ ବିମାନ ଚଳାଚଳ ବ୍ୟୁରୋ(ବିସିଏଏସ୍) । ସେହି ଦସ୍ତାବିଜ ଗୁଡ଼ିକ ମଧ୍ୟରେ ମୋବାଇଲ୍ ଆଧାର ରହିଛି । ଏତଦବ୍ୟତୀତ ପାସପୋର୍ଟ, ଭୋଟର ପରିଚୟପତ୍ର, ଆଧାର, ପାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଚାକିରି ପରିଚୟପତ୍ର ବା ସର୍ଭିସ ଆଇଡି, ଛାତ୍ରଙ୍କ ପରିଚୟପତ୍ର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାସବୁକ୍ (ଫଟୋ ଥିବା), ଫଟୋ ରହିଥିବା ପେନସନ୍ ଦସ୍ତାବିଜ ଏବଂ ଭିନ୍ନକ୍ଷମ ପରିଚୟପତ୍ର ବା ଭିନ୍ନକ୍ଷମ ମେଡିକାଲ ସାର୍ଟିଫିକେଟ ।

ଏତଦବ୍ୟତୀତ ଯଦି ଜଣେ ଯାତ୍ରୀ କୌଣସି ବାସ୍ତବ କାରଣ ପାଇଁ ଉପରୋକ୍ତ ପରିଚୟପତ୍ର ଦେଖାଇବାରେ ବିଫଳ ହୁଅନ୍ତି ତାଙ୍କ ପାଇଁ ମଧ୍ୟ ବିମାନ ବନ୍ଦରରେ ପ୍ରବେଶ କରିବା ସୁଯୋଗ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଣେ ଗ୍ରୁପ୍ ଏ ଗେଜେଟେଡ ଅଫିସର ଯଦି ତାଙ୍କ ସରକାରୀ ଲେଟରହେଡରେ ସମ୍ପୃକ୍ତ ବ୍ୟକ୍ତିକୁ ପରିଚୟପତ୍ର ପ୍ରମାଣପତ୍ର ଦିଅନ୍ତି ତାହେଲେ ତାହାକୁ ମଧ୍ୟ ବ୍ୟବହାର କରାଯାଇପାରିବ । କିନ୍ତୁ ଏହି ପରିଚୟପତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପଟୋ ଥିବା ଆବଶ୍ୟକ । ଏତଦବ୍ୟତୀତ ଯଦି ସାବାଳକ ଅଭିଭାବକଙ୍କ ସହିତ ଯାତ୍ରା କରୁଥିବା ନାବାଳକଙ୍କ ପାଇଁ କୌଣସି ପରିଚୟପତ୍ର ଆବଶ୍ୟକ ନାହିଁ । କିନ୍ତୁ ନାବାଳକ ଯଦି ଏକୁଟିଆ ଯାତ୍ରା କରୁଥାନ୍ତି ତାଙ୍କ ପାଇଁ ପରିଚୟପତ୍ର ଦରକାର ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe