ଆଧାର ଦେଲା ନୂଆ ଜୀବନ : ନିଖୋଜ ମାନସିକ ଅନଗ୍ରସର ବାଳକଙ୍କୁ ଫେରି ପାଇବାରେ ହେଲା ସହାୟକ

Advertisment
ଆଧାର ଦେଲା ନୂଆ ଜୀବନ : ନିଖୋଜ ମାନସିକ ଅନଗ୍ରସର ବାଳକଙ୍କୁ ଫେରି ପାଇବାରେ ହେଲା ସହାୟକ

ଆଧାରକୁ କେନ୍ଦ୍ର କରି ଏବେ ଏବେ ଦେଶରେ ବହୁ ବାଦ ବିବାଦ, ତର୍କ ବିତର୍କ ଲାଗି ରହିଥିବା ବେଳେ ନିଖୋଜ ଥିବା ୧୬ ଜଣ ମାନସିକ ଅନଗ୍ରସର ବାଳକଙ୍କୁ ସେମାନଙ୍କ ପରିବାର ନିକଟକୁ ଆଉଥରେ ଫେରି ଯିବାରେ ସାହାଯ୍ୟ କରିଛି ଆଧାର।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ୩ ମାସ ତଳେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ୧୭ ବର୍ଷ ବୟସ୍କ ଅରୁଣ ତିୱାରୀ ନିଖୋଜ ହୋଇ ଯାଇଥିଲେ। ଅରୁଣ ମାନସିକ ସ୍ତରରେ ଦିବ୍ୟାଙ୍ଗ ଥିଲେ। ପରେ ଅରୁଣଙ୍କୁ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଗତ ୧୧ ତାରିଖରେ ବେଙ୍ଗଲୁରୁର ଯଶୱନ୍ତପୁର ରେଳ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ଠାବ କରିବା ସହ ସେଠାକାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଅରୁଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସଂପୃକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ଅରୁଣର ପିତାମାତାଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ପରେ ଅରୁଣର ଟିପ ଚିହ୍ନ ସହ ଆଖିଡ଼ୋଳାରେ ସ୍କାନ ନେଇ ଯେତେବେଳେ ଆଧାର ୱେବସାଇଟରେ ଖୋଜାଗଲା, ସେତେବେଳେ ଅରୁଣ ଭାରତ ପ୍ରସାଦ ତିୱାରୀଙ୍କ ପୁତ୍ର ଥିବା ଜଣା ପଡ଼ିଥିଲା। ପରେ ଅରୁଣଙ୍କୁ ଏବେ ତାଙ୍କ ପରିବାର ବର୍ଗଙ୍କ ହାତରେ ଦିଆଯାଇଛି।

ତେବେ, କେବଳ ମାତ୍ର ଅରୁଣ ନୁହନ୍ତି ସଂପୃକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରୁ ଉଦ୍ଧାର କରିଥିବା ଅରୁଣଙ୍କ ପରି ଅନ୍ୟ ୧୫ ଜଣ ମାନସିକ ଅନଗ୍ରସର ବାଳକଙ୍କୁ ମଧ୍ୟ ଆଧାରର ସହାୟତା ନେଇ ସେମାନଙ୍କ ପରିବାର ବର୍ଗଙ୍କ ହାତରେ ଫେରାଇ ଦେବାରେ ସମର୍ଥ ହୋଇଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe