UIDAI ଦେଲା ବଡ଼ ସଂକଟର ଚେତାବନୀ ! ଚଳିବ ନାହିଁ ଲାମିନେସନ୍ ଦିଆ ଆଧାର କାର୍ଡ , ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର । 

7,955

ଯଦି ଆପଣ ନିଜ ଆଧାର କାର୍ଡକୁ ଦୋକାନରୁ ଲାମିନେସନ୍ କରାଇଛନ୍ତି କିମ୍ବା କାର୍ଡକୁ ପ୍ଲାଷ୍ଟିକ୍ କାର୍ଡ ଭଳି ବ୍ୟବହାର କରୁଛନ୍ତି ତେବେ ବେଳ ଥାଉ ଥାଉ ସାବଧାନ ହୋଇଯାଆନ୍ତୁ । ଏଭଳି କାମ କରିବା ଦ୍ୱାରା ଆପଣ ବଡ ସମସ୍ୟାରେ ପଡିପାରନ୍ତି । UIDAI ଏନେଇ ପୂର୍ବରୁ ଅନେକ ଚେତାବନୀ ଦେଇସାରିଛି । ଯେଉଁଥିରେ ଆପଣଙ୍କ ଆଧାରର କ୍ୟୁଆର୍ କୋଡ୍ କାମ କରିବା ବନ୍ଦ କରିଦେଇପାରେ କିମ୍ବା ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରୀ ହୋଇପାରେ । ଏଭଳି କରିବା ଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଆପଣଙ୍କ ବିନା ଅନୁମତୀରେ ଅନ୍ୟ କାହା ପାଖକୁ ପହଁଚିଯିବ ।

 

ଭୁୁଲ୍ କରି ବି ସ୍ମାର୍ଟକାର୍ଡର ବ୍ୟବହାର କରନ୍ତୁ ନାହିଁ :

ଆଧାର ସ୍ମାର୍ଟକାର୍ଡର ପ୍ରିଣ୍ଟିଙ୍ଗ୍ ଉପରେ ୫୦ ଟଙ୍କାରୁ ନେଇ ୩୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଆସିଥାଏ । ଯାହା ସମ୍ପୁର୍ଣ୍ଣ ଭାବରେ ଅର୍ଥର ଅପଚୟ କହିଲେ ଅତ୍ୟୁକ୍ତି ହେବନାହିଁ । UIDAI ତରଫରୁ କୁହାଯାଇଛି ଯେ ପ୍ଲାଷ୍ଟିକ୍ କିମ୍ବା ପିବିସି ଆଧାର ସ୍ମାର୍ଟ କାର୍ଡର କୌଣସି ଆବଶ୍ୟକତା ନାହିଁ । ଏହାର ପ୍ରମୁଖ କାରଣ ହେଉଛି କ୍ୱିକ୍ ରେସପନ୍ସ କୋଡ୍ କାମ କରିବା ବନ୍ଦ କରିଦେଇଥାଏ ।

ବଡ଼ ଅସୁବିଧାରେ ପଡିପାରନ୍ତି :

ଆଧାର ଏଜେନ୍ସିରେ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଆପଣଙ୍କ ବିନା ମଞ୍ଜୁରୀରେ ବ୍ୟକ୍ତିଗତ ତଥ୍ୟ କୌଣସି ଭୁଲ୍ ତତ୍ତ୍ୱ ଆଡକୁ ଚାଲିଯାଇପାରେ । କାଗଜରେ ଡାଉନଲୋଡ୍ ହୋଇଥିବା ଆଧାର କାର୍ଡ କିମ୍ବା ମୋବାଇଲ୍ ଆଧାର କାର୍ଡ ସମ୍ପୁର୍ଣ୍ଣ ରୁପରେ ଭାଲିଡ୍ ଅଟେ । ବିନା ଅନୁମତିରେ ଆଧାରର ସୂଚନା ନେବା ଅବୈଧ ହେବା ସଙ୍ଗେ ଅପରାଧ ମଧ୍ୟ ଅଟେ  । ଏଥିପାଇଁ ଜେଲଦଣ୍ଡ ମଧ୍ୟ ହୋଇପାରେ ।