ରେଜିଷ୍ଟେସନ୍ ମୋବାଇଲ ନମ୍ବର ବିନା କେମିତି ଡାଉନଲୋର୍ଡ କରିବେ ଆଧାର କାର୍ଡ? ଜାଣନ୍ତୁ…

272

କନକ ବ୍ୟୁରୋ : ଆଧାରକାର୍ଡ ଧାରକଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର ଆଧାରକାର୍ଡ ଡାଉନଲୋର୍ଡ କରିବାକୁ ଅଛି, ଆଉ ଆପଣଙ୍କ ପାଖରେ ରେଜିଷ୍ଟେସନ୍ ମୋବାଇଲ ନମ୍ବର ନାହିଁ, ତାହେଲେ ବି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏମିକି ବିନା ରେଜିଷ୍ଟେସନ୍ ନମ୍ବରରେ ବି ଆଧାରକାର୍ଡକୁ ଡାଉନଲୋର୍ଡ କରିପାରିବେ । ଏହି ସୂଚନା ଦେଇଛି ‘ୟୁଆଇଡିଏଆଇ’ । ଏହି ବ୍ୟବସ୍ଥା ସେହି ଲୋକମାନଙ୍କୁ ଦୃଷ୍ଟିରେ ରଖି କରାଗଲା, ଯେଉଁମାନଙ୍କ ପାଖରେ ମୋବାଇଲ ଫୋନ୍ ନାହିଁ । ତେବେ ଆସନ୍ତୁ ଜାଣିବା, ବିନା ରେଜିଷ୍ଟେସନ୍ ମୋବାଇଲ ନମ୍ବରରେ କିପରି ଡାଉନଲୋଡ କରିବେ ଆଧାରକାର୍ଡ ।
– ଆଧାରକାର୍ଡ ଡାଉନଲୋଡ କରିବା ପାଇଁ ସର୍ବପ୍ରଥମେ ‘ୟୁଆଇଡିଏଆଇ’ର ଅଫିସିଆଲ ୱେବସାଇଟକୁ ଯାଇ ସେଠାରେ ମାଇ ଆଧାର ଉପରେ କ୍ଲିକ୍ କରନ୍ତୁ
– ଏବେ ‘ଅର୍ଡର ଆଧାର ପିବିସି କାର୍ଡ’ ଉପରେ କ୍ଲିକ୍ କରନ୍ତୁ
– ଏଠାରେ ଆପଣଙ୍କୁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବାକୁ ପଡିବ
– ଏଠାରେ ଆଧାର ନମ୍ବର ବ୍ୟତିତ ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ ଆଇଡିଣ୍ଟିଫିକେଶନ୍ ନମ୍ବର ବି ଦେଇପାରିବେ
– ଏହି ପ୍ରକ୍ରିୟା ପରେ ଆପଣଙ୍କୁ ଦିଆଯାଇଥିବା ସିକ୍ୟୁରିଟି କୋର୍ଡକୁ ଦେବାକୁ ପଡିବ
– ଏହାପରେ ‘ମୋର ମୋବାଇଲ ନମ୍ବର ପଞ୍ଜିକୃତ ନାହିଁ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
– ଏହାପରେ ଆପଣଙ୍କୁ ବିକଳ୍ପ ମୋବାଇଲ ନମ୍ବର ଦେବାକୁ ପଡିବ
– ଏହାପରେ ଆପଣଙ୍କ ନିକଟକୁ ଆସିଥିବା ଓଟିପି ଉପରେ କ୍ଲିକ୍ କରିବାକୁ ପଡିବ
– ଏବେ ଆପଣ ଦେଇଥିବା ବିକଳ୍ପ ଫୋନ ନମ୍ବରକୁ ଏକ ୱାନଟାଇମ୍ ପାସୱାର୍ଡ ଆସିବ
– ଏହାପରେ ଆପଣ ନିୟମ ଏବଂ ଶର୍ତ ଚେକବକ୍ସ ଉପରେ କ୍ଲିକ୍ କରି ସବମିଟ୍ କରିଦିଅନ୍ତୁ
– ଏହା କରିବା ପରେ ଆପଣ ଆଉ ଏକ ନୂଆ ପେଜକୁ ଚାଲିଯିବେ
– ନୂଆ ପେଜରେ ପ୍ରିୟୁ ଆଧାର ଲେଟରର ବିକଳ୍ପ ମିଳିବ
– ଏହାପରେ ଆପଣ ମେକ୍ ପ୍ରିଣ୍ଟ ଅପସନକୁ ଚୟନ କରି ଆଧାରକାର୍ଡ ପ୍ରିଣ୍ଟ ବାହାର କରିପାରିବେ
ସାଧାରଣତଃ ଯେଉଁମାନଙ୍କର ମୋବାଇଲ ନମ୍ବର ହଜିଯାଇଛି କିମ୍ବା ଆଧାରକାର୍ଡରେ ମୋବାଇଲ ନମ୍ବର ରେଜିଷ୍ଟେସନ ହୋଇନାହିଁ ବା ଯେଉଁମାନଙ୍କ ପାଖରେ ମୋବାଇଲ ନମ୍ବର ନାହିଁ, ସେହିମାନେ ଏହି ପ୍ରଣାଳି ଜରିଆରେ ଆଧାରକାର୍ଡକୁ ଡାଉନଲୋର୍ଡ କରିପାରିବେ ।