ନିଜ ଭାଷାରେ ଅପଡେଟ୍ କରନ୍ତୁ ଆଧାର କାର୍ଡ । ଆପଣାନ୍ତୁ ଏହି ସରଳ ପ୍ରକ୍ରିୟା

291

କନକ ବ୍ୟୁରୋ: ଆପଣଙ୍କ ପାଖରେ ଯେତେସବୁ ପ୍ରମାଣପତ୍ର ଅଛି ସେଥିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଧାରକାର୍ଡ । ପାଠ ପଢା ଠାରୁ ଆରମ୍ଭ କରି , ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରେ ଏହା ଜରୁରୀ । ଏହା ଆମର ପରିଚୟ ପ୍ରମାଣ ଦେବା ସହ ଅନ୍ୟାନ୍ୟ କାମରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଆପଣଙ୍କ ନାଁ, ଗାଁ ଠିକଣା , ଜନ୍ମ ତାରିଖ ସହ ବାୟୋମେଟିକ୍ ତଥ୍ୟ ସହ ୟୁଆଇଡିଏଆଇ ଦ୍ୱାରା ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ନମ୍ବର ମଧ୍ୟ ରହିଛି ।

ଆଧାର କାର୍ଡରେ ଆପଣ ସାଧାରଣତଃ ହିନ୍ଦି ବା ଇଂରାଜୀ ଭାଷାରେ ତଥ୍ୟ ଥିବା ପାଇବେ । ହେଲେ ଏବେ ଆପଣଙ୍କ ଆଧାର କାର୍ଡକୁ ଆପଣ ଏବେ ନିଜ ଭାଷା ଅର୍ଥାତ ଯେ କୌଣସି ଆଞ୍ଚଳିକ ଭାଷାରେ ଅପଡେଟ୍ କରିପାରିବେ । ଏନେଇ ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାକୁ ନିଜ ଆଞ୍ଚଳିକ ଭାଷାରେ ଅପଡେଟ୍ କରିବାର ସରଳ ପ୍ରକ୍ରିୟା ବିଷୟରେ ଜାଣନ୍ତୁ ।

 ଆଞ୍ଚଳିକ ଭାଷାରେ ଆଧାର ଅପଡେଟ୍ କରିବାର ସରଳ ପ୍ରକ୍ରିୟା :

ଏଥିପାଇଁ ଆପଣଙ୍କୁ ପ୍ରଥମେ ୟୁଆଇଡିଏଆଇର ୱେବସାଇଟ୍କୁ ଯିବାକୁ ପଡିବ । https://uidai.gov.in/

ଏଠାକୁ ଯାଇ ଆପଣଙ୍କୁ ୧୨ (12 digit No.)ଅଙ୍କ ବିଶିଷ୍ଟ ଆଧାର କାର୍ଡ ନମ୍ବର ଭରିବାକୁ ପଡିବ ।

ଏହାପରେ OTP ଉପରେ କ୍ଲିକ୍ କରିବାକୁ ପଡିବ । ଏହି ସମୟରେ ଆପଣଙ୍କ ମୋବାଇଲକୁ ଏକ ପାସୱାର୍ଡ ଅର୍ଥାତ OTP ଆସିବ ।

ଏହାପରେ ଆପଣଙ୍କୁ ଏଠାରେ ମୋବାଇଲକୁ ଆସିଥିବା OTP ନମ୍ବରକୁ ଲେଖିବାକୁ ପଡିବ ।

OTP ଲେଖିବା ପରେ ଆପଣ ଏଠାରେ ସମସ୍ତ ତଥ୍ୟ ଦେଖିପାରିବେ । ଏହିଠାରେ ହିଁ ଆପଣଙ୍କୁ ଆପଣଙ୍କ ପସନ୍ଦର ଭାଷା ବାଛିବାକୁ ପଡିବ ।

ଏହାପରେ popupରେ ନିଜର ସମସ୍ତ ତଥ୍ୟ ଲେଖି submit କରିବାକୁ ପଡିବ ।

ଏହାପରେ ଆପଣଙ୍କ ମୋବଇଲକୁ ପୁଣି ଥରେ ଆଉ ଏକ OTP ନମ୍ବର ଆସିବ । ଏହାକୁ ଲେଖି ରଖନ୍ତୁ ।

ଏବେ ଆପଣଙ୍କୁ ଏଥିପାଇଁ ୫୦ ଟଙ୍କାର ଶୁଳ୍କ ଜମା କରିବାକୁ ପଡିବ ।

ଏହାପରେ ନିଜ ପସନ୍ଦର ଭାଷା ବଦଳାଇବା ଅନୁରୋଧକୁ submit କରିଦିଅନ୍ତୁ ।

ଆପଣଙ୍କ ପସନ୍ଦର ଭାଷାରେ ଆଧାର ଅପଡେଟ୍ ହୋଇଯିବାକୁ ୨ରୁ ୩ ସପ୍ତାହ ସମୟ ଲାଗିବ । ଏହାପରେ ଆପଣ ଆପଣଙ୍କ ଆଧାର କାର୍ଡକୁ ଡାଉନଲୋଡ କରିପାରିବେ ।