ଏହି ତାରିଖ ମଧ୍ୟରେ କରି ନିଅନ୍ତୁ ନିଜ ଆଧାରକାର୍ଡର ମାଗଣା ଅପଡେଟ୍, ନହେଲେ ଦେବାକୁ ପଡିବ ଜରିମାନା

1,778

କନକ ବ୍ୟୁରୋ : ଭାରତରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଆଧାରକାର୍ଡ ବିନା କୌଣସି ସରକାରୀ ଲାଭ ବା ସହାୟତା ପାଇବା ଏବେ ଜଟିଳ । ତେଣୁ ଆଧାରକାର୍ଡ ସମ୍ବନ୍ଧୀୟ ଯେତେ କାର୍ଯ୍ୟ ରହିଛି ତାହା ତୁରନ୍ତ କରାଇନେବା ଆବଶ୍ୟକ । ଏହି କ୍ରମରେ ଏବେ ଆଧାରକାର୍ଡ ସହିତ ଜଡିତ ଏକ ବଡ ଖବର ଆସିଛି । ୟୁଡିଏଆଇ ତରଫରୁ ଯାହାର ଆଧାରକାର୍ଡ ୧୦ ବର୍ଷରୁ ଅଧିକ ହୋଇଛି ତାହାକୁ ଅପଡେଟ୍ କରାଇନେବାକୁ କୁହାଯାଉଛି । ସାଧାରଣ ଭାବେ ଆଧାରକାର୍ଡ ଅପଡେଟ୍ ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡିଥାଏ । ହେଲେ ୟୁଡିଏଆଇ ଏବେ ଏହାକୁ ମାଗଣା କରିବାର ସୁବିଧା ଦେଇଛି ।

ଆଧାରକାର୍ଡରେ ଲୋକଙ୍କ ନାମ, ଠିକଣା, ଫଟୋ ଓ ବାୟୋମେଟ୍ରିକ ଭଳି ମହତ୍ୱପୂର୍ଣ୍ଣ ସୂଚନା ରହିଥାଏ । ଡିଜିଟାଲ ଇଣ୍ଡିଆ କ୍ରମରେ ଚଳିତବର୍ଷ ଜୁନ ୧୪ ତାରିଖ ମଧ୍ୟରେ ଆଧାରକାର୍ଡକୁ ମାଗଣାରେ ଅପଡେଟ୍ କରିପାରିବେ । ଯଦି ଆପଣ ଏହି ତାରିଖ ମଧ୍ୟରେ ଯଦି ଆପଣ ଆଧାରକାର୍ଡ ଅପଡେଟ୍ କରୁନାହାଁନ୍ତି ତେବେ ଆପଣଙ୍କୁ ୧୦୦ କିମ୍ବା ତା ଠାରୁ ଅଧିକ ଟଙ୍କା ଦେବାକୁ ପଡିବ  ।

ଏବେ ଆସନ୍ତୁ ଜାଣିବା କିଭଳି କରିବେ ଆଧାରକାର୍ଡ ଅପଡେଟ୍ । ପ୍ରଥମେ ଆପଣଙ୍କୁ https://myaadhaar.uidai.gov.in/କୁ ଯାଇ ନିଜର ଆଧାର ନମ୍ବର ଦେବାକୁ ପଡିବ  । ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିିବ ଓ ଆପଣ ଏହାକୁ ଭେରିଫାଏ କରିବେ । ଡକ୍ୟୁମେଣ୍ଟ ଅପଡେଟ୍ ବିକଳ୍ପକୁ ଚୟନ କରି ଏହାକୁ ଭେରିଫାଏ କରିବେ । ଏହାପରେ ଆପଣଙ୍କ ପରିଚୟ ଓ ଠିକଣା ପ୍ରମାଣପତ୍ର ସ୍କାନ କରି ଅପଲୋଡ କରିବାକୁ ପଡିବ । ଏସବୁ କରିବା ପରେ ଆପଣଙ୍କ ପାଇଁ ଏକ ୧୪ ନମ୍ବର ବିଶିଷ୍ଟ ଅନୁରୋଧ କୋଡ ଜେନେରେଟ ହେବ । ଏସବୁ ପରେ ଆପଣଙ୍କ ଫୋନକୁ ଅଧାର ଅପଡେଟ୍ ହୋଇଥିବା ନେଇ ଏକ ମେସେଜ ଆସିବ । ଅପଡେଟ୍ ହୋଇଗଲା ପରେ ଆପଣ ନିଜର ଅଧାରକାର୍ଡ ଡାଉନଲୋଡ କରିପାରିବେ ।