ଲୋକଙ୍କୁ ସତର୍କ କରାଇଲା UIDAI, ଆପଣଙ୍କ ଆଧାର କାର୍ଡ ଅସଲି ନା ନକଲି ଏମିତି କରନ୍ତୁ ଚେକ୍

ଆପଣଙ୍କ ଆଧାର ଅସଲି ନା ନକଲି ?

532

କନକ ବ୍ୟୁରୋ : ୟୁଆଇଡିଏଆଇ ନିଜର ଗ୍ରାହକମାନଙ୍କ ପାଇଁ ବିଶେଷ ସତର୍କ ସୂଚନା ଜାରି କରିଛି । ୟୁଆଇଡିଏଆଇ କହିଛି କି ସମସ୍ତ ଆଧାରକାର୍ଡରେ ଥିବା ୧୨ ଟି ସଂଖ୍ୟା ଅସଲି ନୁହେଁ । ଆଜିକା ସମୟରେ ସମସ୍ତ କାମ ପାଇଁ ଆଧାର କାର୍ଡ ଜରୁରୀ ପ୍ରମାଣ ଭାବେ ବ୍ୟବହାର କରାଯାଉଛି । ଏହି କ୍ରମରେ ଆଧାରକାର୍ଡକୁ ନକଲି କରିବା ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଏନେଇ ୟୁଆଇଡିଏଆଇ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୟୁଆଇଡିଏଆଇ କହିଛି କି କାର୍ଡଧାରୀଙ୍କ ପରିଚୟ ପ୍ରମାଣପତ୍ର ବାବଦରେ ଆଧାରକାର୍ଡକୁ ଗ୍ରହଣ କରିବା ପୂର୍ବରୁ ଯାଂଚ କରିବା ନିହାତି ଆବଶ୍ୟକ ।

ୟୁଆଇଡିଏଆଇ ଟ୍ୱିଟରରେ ସୂଚନା ସେୟାର କରି କହିଛି କି ସବୁ ୧୨ ଡିଜିଟର ସଂଖ୍ୟା ଆଧାର ନୁହେଁ । ସେ ଆହୁରି କହିଛି କି ଆଧାରକାର୍ଡରେ ଥିବା ୧୨ ଟି ସଂଖ୍ୟା ଠିକ୍ କି ନୁହେଁ ତାହା ୱେବସାଇଟରେ ଯାଂଚ କରାଯାଇ ପାରିବ । ଏହା ବ୍ୟତୀତ mAadhaar ଆପ୍ ମାଧ୍ୟମରେ ବି ଯାଂଚ କରାଯାଇ ପାରିବ ।

କହିରଖୁ କି ଆଧାର ଅସଲି କି ନକଲି ଏହାକୁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଯାଂଚ କରାଯାଇ ପାରିବ । ଏଥିପାଇଁ ଆଧାରକାର୍ଡ ବ୍ୟବହାରକାରୀଙ୍କୁ resident.uidai.gov.in/verify ଲିଙ୍କ୍ ଲଗଇନ୍ କରିବାକୁ ପଡିବ । ଏହାପରେ ଏଠାରେ ଆଧାରକାର୍ଡରେ ଥିବା ୧୨ ଟି ସଂଖ୍ୟାକୁ ଲେଖିବାକୁ ପଡିବ । ଏହାପରେ ସିକ୍ୟୁରିଟି କୋର୍ଡ ଓ କ୍ୟାପଚା ଭରିବା ପରେ ଆପଣଙ୍କୁ ପ୍ରୋସିଡ ଟୁ ଭେରିଫାଏ ଉପରେ କ୍ଲିକ୍ କରିବାକୁ ପଡିବ । କ୍ଲିକ କରିବା ପରେ ୧୨ ଅଙ୍କ ସଂଖ୍ୟାର ଭେରିଫିକେସନ ସ୍କ୍ରିନ ଉପରେ ଦେଖାଯିବ । ଏହା ଆପଣଙ୍କ ଅସଲି ଆଧାର କାର୍ଡ ବୋଲି ଜାଣିବେ ।

କହିରଖୁ କି ୟୁଆଇଡିଏଆଇର ଅଫିସ ସ୍ମାରକପତ୍ର ମୁତାବକ ଆଧାରକାର୍ଡରେ କାର୍ଡ ଧାରକ ମାତ୍ର ୨ ଥର ନାମ ଅପଡେଟ୍ କରିପାରିବ । ଏହା ବ୍ୟତୀତ ଆଧାରକାର୍ଡ ଧାରକ ପୁରା ଜୀବନ କାଳରେ ଜନ୍ମ ତାରିଖ ଓ ଲିଙ୍ଗ ମାତ୍ର ଗୋଟିଏ ଥର ଅପଡେଟ୍ କରିପାରିବ ।