ଭିନ୍ନକ୍ଷମ ଯୁବତୀଙ୍କ ମିଳିପାରୁନି ଆଧାରକାର୍ଡ: ଗୋଟିଏ ହାତ ନଥିବାରୁ ହୋଇପାରୁନି ପରିଚୟ ପତ୍ର

88

କନକ ବ୍ୟୁରୋ: ଆଧାର କାର୍ଡ ନଥିବାରୁ ମିଳିପାରୁନାହିଁ ସରକାରୀ ସହାୟତା । କାନ୍ଦି କାନ୍ଦି ଦୁଃଖ ବଖାଣିଲେ ଜୟପାଟଣା ବ୍ଲକ ଚିର୍କାର ଭିନ୍ନକ୍ଷମ ଯୁବତୀ ଶ୍ରୀମତି ଶବର । ପିଲାଦିନରୁ ଶ୍ରୀମତିଙ୍କର ଡାହାଣହାତ ନଥିବାରୁ ହୋଇପାରୁ ନାହିଁ ଆଧାରକାର୍ଡ । ଆଧାରକାର୍ଡ ପାଇଁ ଦୁଇ ହାତର ଫିଙ୍ଗର ପ୍ରିଂଟ ଦରକାର ହୋଇଥାଏ । କିନ୍ତୁ ଶ୍ରୀମତିଙ୍କ ଗୋଟିଏ ହାତ ନଥିବାରୁ ଆଧାରକାର୍ଡରୁ ବଂଚିତ ହୋଇଛନ୍ତି । ଆଉ ଆଧାରକାର୍ଡ ନଥିବାରୁ ବିଭିନ୍ନ ସରକାରୀ ସହାୟତାରୁ ମଧ୍ୟ ବଂଚିତ ହୋଇଛନ୍ତି ଶ୍ରୀମତି ।

କ୍ୟାମେରା ଆଗରେ କାନ୍ଦି କାନ୍ଦି ଗୁହାରି କରୁଥିବା ଭିନ୍ନକ୍ଷମ ଆଦିବାସୀ ଯୁବତୀ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଚିର୍କା ଗାଁର ଶ୍ରୀମତୀ ଶବର । ୨୪ ବର୍ଷୀୟା ଶ୍ରୀମତିଙ୍କର ଜନ୍ମରୁ ଡାହାଣ ହାତ ନାହିଁ । ୨୦୧୦ରୁ ତାଙ୍କୁ ଭିନ୍ନକ୍ଷମ ଭତା ମିଳୁଛି । କିନ୍ତୁ ଗୋଟିଏ ହାତ ପାପୁଲି ଯୋଗୁଁ ଆଧାର କାର୍ଡ ହୋଇପାରିନଥିବାରୁ ସରକାରୀ ଯୋଜନାରୁ ବଂଚିତ ହୋଇ ରହିଛନ୍ତି । ଏମିତିକି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିଲେ ସୁଦ୍ଧା ଚାଉଳ ପାଇବାରୁ ବଂଚିତ ହୋଇଛନ୍ତି ।

ବାପା-ମା’ ଓ ଭାଇ ଦିନମଜୁରିଆରେ ଶ୍ରୀମତିଙ୍କ ପରିବାର ଚଳେ । ଘରର ଆର୍ôଥକ ପରିସ୍ଥିତି ଓ ଆଧାର କାର୍ଡ ନଥିବାରୁ ଉଚ୍ଚଶିକ୍ଷା ପାଇବାରୁ ମଧ୍ୟ ବଂଚିତ ହୋଇଛନ୍ତି ଶ୍ରୀମତୀ । ଆଧାର କାର୍ଡ ପାଇଁ ଭବାନୀପାଟଣା, ଧର୍ମଗଡ଼ ଓ ଜୟପାଟଣାକୁ ଯାଇ ଅନେକଥର ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେଣୁ ଏକ କୃତ୍ରିମ ହାତ ଲଗାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ।