କନକ ବ୍ୟୁରୋ: ଏକାଧିକ ବିବାହ ରୋକିବାକୁ ଉପାୟ । ଅନେକ ସମୟରେ ମିଠା ମିଠା କଥା କହି ଫସାଇବା ପରେ ବିବାହ କରୁଛନ୍ତି । ହେଲେ ବିବାହ ପରେ ପୂର୍ବ ବିବାହ କଥା ଜଣାପଡୁଛି । ଏହିଭଳି ଏକାଧିକ ଅଭିଯୋଗ ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଂଚିବା ପରେ, ଏକାଧିକ ବିବାହ ବନ୍ଦ କରିବାକୁ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି କମିଶନ୍ ।

Advertisment

ଏଣିକି ରାଜ୍ୟରେ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରିବା ସହ ଆଧାରକାର୍ଡ ସଂଯୋଗୀକରଣକୁ ମଧ୍ୟ ବାଧ୍ୟତାମୂଳକ କରିବାକୁ ଯୋଜନା ହୋଇଛି । ରାଜ୍ୟ ମହିଳା କମିଶନଙ୍କ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମହିଳା କମିଶନ୍ । ରାଜ୍ୟରେ ଏହା କାର୍ଯ୍ୟକାରୀ ହେଲେ ଏକାଧିକ ବିବାହ ସଂପର୍କରେ ଜଣାପଡିବ ।

ବିବାହ ପୂର୍ବରୁ ଝିଅ କିମ୍ବା ପୁଅ ସଂପର୍କରେ ତଥ୍ୟ ଜଣାପଡିଲେ ଏକାଧିକ ଥର ବିବାହକୁ ରୋକାଯାଇ ପାରିବ । ପ୍ରସ୍ତାବ ଅନୁସାରେ ସାରାଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।