କନକ ବ୍ୟୁରୋ: ଆନ୍ତର୍ଜାତୀୟ ଚାମ୍ବର ତଥା ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଓଡିଶା ଚାପ୍ଟର ପକ୍ଷରୁ ବ୍ୟବସାୟିକ ସମ୍ମିଳନୀ ଓ ଏକ୍ସପୋ ଗ୍ରୀନ୍ କନକ୍ଲେଭ୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ଏଏସିସିଆଇ ଓଡିଶାର ଜଏଣ୍ଟ ସେକ୍ରେଟାରୀ ସୁସ୍ମିତା ମହାନ୍ତି, ହେଲଥ କମିଟି ଅଧ୍ୟକ୍ଷ ଗୌରବ ରାଲହୀନ, ହେଲଥ କେୟାର ସର୍ଜିକାଲ କମିଟି ଅଧ୍ୟକ୍ଷ ଡଃ ଗରିମା ସରୱଗି, ଲାଇଫ୍ ଷ୍ଟାଇନ୍ ଆଣ୍ଡ ଫାସନ୍ ଅଧ୍ୟକ୍ଷ ସ୍ମିତି କ୍ଟେତା ଦାସ ଏବଂ ଅନ୍ୟାନ୍ୟ ବିଶିଷ୍ଟ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଏହି ବ୍ୟବସାୟିକ ସମ୍ମିଳନୀ ଓ ଗ୍ରୀନ୍ ଏକ୍ସପୋ ସମ୍ପର୍କିତ କାର୍ଯ୍ୟକ୍ରମ ଚଳିତ ମାସ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ମେ ଫେୟାର ଲାଗୁନ୍ ବାଟିକାଠାରେ ଆୟୋଜିତ ହେବାକୁ ଯାଉଛି । ଯେଉଁଥିରେ ବ୍ୟବସାୟିକ ସୁଯୋଗଗୁଡିକୁ ପ୍ରୋତ୍ସାହିତ କରାଯିବା ସହିତ ଗ୍ରୀନ୍ କନକ୍ଲେଭ୍ ମାଧ୍ୟମରେ ପରିବେଶକୁ ବିଷାକ୍ତ ଏବଂ ରସାୟନିକ ପଦାର୍ଥରୁ ଦୂରେଇ ରଖାଯାଇ ନନ ପିଭିସି ମ୍ୟାଟେରିଆଲ୍ ଫ୍ଲେକ୍ସ ବ୍ୟବହାର ପାଇଁ ପ୍ରୋତ୍ସାହିତ କରାଯିିବ । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାର, ଏମଏମଏମଇ, ଇଣ୍ଡଷ୍ଟ୍ରୀ, ଷ୍ଟାଟ୍ ଅଫ୍ ଓଡିଶା ଏବଂ ଅନ୍ୟାନ୍ୟ ସଙ୍ଗଠନଗୁଡିକ ସମର୍ଥନ କରିଛନ୍ତି । ଏଏସିସିଆଇ ସହଯୋଗିତାରେ ୩୦ରୁ ଅଧିକ ଡିପ୍ଲୋମାଟ୍ସ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଓଡିଶା ପାଇଁ ବ୍ୟବସାୟର ସୁଯୋଗ ସୃଷ୍ଟି କରୁଛନ୍ତି ଏବଂ ନିବେଶକମାନଙ୍କ ମାଧ୍ୟମରେ ଭାରତର ଅନ୍ୟ ଉଦ୍ୟୋଗୀମାନେ ୧୦୦ରୁ ଅଧିକ ସୁଯୋଗ ସୃଷ୍ଟି କରିବା ସହ ୪୫୦ ଉଦ୍ୟୋଗୀ ଏବଂ ୩୦ ଅଧିକ ପ୍ଲେନାରୀ ଅଧିବେଶନ ସୃଷ୍ଟି କରିବାର ସୁଯୋଗ ରହିଛି । ଆନ୍ତର୍ଜାତୀୟ ନିବେଶକ ଓ ଭବିଷ୍ୟତ ଲିଡରମାନଙ୍କ ପାଇଁ ଓଡିଶାକୁ ପରବର୍ତ୍ତୀ ବିଜନେସ୍ ହବ୍ ଭାବେ ରୂପାନ୍ତର କରିବା ତଥା ସମର୍ଥନ କରିବା ଏଏସିସିଆଇ ଯୋଜନା କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏଏସିସିଆଇର ମେଗା ବ୍ୟବସାୟିକ ସମ୍ମିଳନୀ ଏବଂ ଏକ୍ସପୋ
/kanak/media/post_attachments/wp-content/uploads/2024/02/WhatsApp-Image-2024-02-10-at-6.25.39-PM.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)