ସବୁ ବେଳେ ଅଶାନ୍ତି ଏବଂ କଳହ କରିବାକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଏବେ ଏକ ନୂଆ କଥା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି । କମ ବୟସରେ ପ୍ରଫେସର ହୋଇ ଜଣେ ୧୧ବର୍ଷିୟ ବାଳକ ଇତିହାସ ସୃଷ୍ଟି କରିଛନ୍ତି । ୧୧ବର୍ଷିୟ ହମ୍ମାଦଙ୍କ କଥା ଶୁଣିବା ଏବଂ ତାଙ୍କ ଠାରୁ କିଛି ଶିଖିବା ପାଇଁ ହଜାର ହଜାର ଲୋକ ତାଙ୍କ ପାଖରେ ପହଞ୍ଚନ୍ତି । ହମ୍ମାଦଙ୍କ ଏପରି କାମ ପାକିସ୍ତାନ ପ୍ରତି ଲୋକମାନଙ୍କର ଥିବା ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ଲାଗିଛି ।
ବଡ଼ ବଡ଼ ବିଶ୍ୱବିଦ୍ୟାଳୟକୁ ଯାଇ ହମ୍ମାଦ୍ ନିଜ ବୟସ ଠାରୁ ଅଧିକ ବୟସ୍କ ଲୋକମାନଙ୍କୁ ପଢ଼ାଉଥିବା ବେଳେ ତାଙ୍କର ଅନେକ ଭିଡ଼ିଓ ୟୁ ଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ହମ୍ମାଦଙ୍କ ଆତ୍ମବିଶ୍ୱାସ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବା ବେଳେ ନିଜ ଠାରୁ ବଡ଼ ପିଲାମାନଙ୍କୁ ସେ ସ୍ପୋକନ୍ ଇଂରାଜି ପାଠ ପଢ଼ାଉଛନ୍ତି । କିପରି ସମସ୍ତେ ଭଲ ଭାବରେ ଇଂରାଜି କହି ପାରିବେ ସେ ନେଇ ୧୧ ବର୍ଷିୟ ହମ୍ମାଦ୍ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି ।
ୟୁ ଟ୍ୟୁବରେ ତାଙ୍କର ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଧୀରେ ଧୀରେ ତାଙ୍କର ସବସ୍କ୍ରାଇବର ସଂଖ୍ୟା ମଧ୍ୟ ବଢ଼ୁଥିବାର ଦେଖିବାକୁ ମିଳୁଛି । କିଛି ପିଲା ସୋସିଆଲ ମିଡ଼ିଆରେ ତାଙ୍କ ଭାଷଣ ଶୁଣି ନିଜ ଜୀବନର ବଞ୍ଚିବା ଶୈଳୀରେ ପରିବର୍ତ୍ତନ ଆଣିଥିବା ବେଳେ କିଛି ପିଲା ହମ୍ମାଦଙ୍କୁ ଭଗବାନଙ୍କ ଏକ ରୂପ ବୋଲି କହିଛନ୍ତି । ତାଙ୍କ ଭାଷଣ ଶୁଣିବା ପରେ ଯେ କେହି ବି ତାଙ୍କ ପ୍ରତି ଅନୁପ୍ରାଣିତ ହେବେ ବୋଲି ତାଙ୍କ ଭିଡ଼ିଓ ଦେଖୁଥିବା ଦର୍ଶକ କହିବା ଆରମ୍ଭ କରିଛନ୍ତି । ବିଲାଲ ଖାନ୍ ନାମକ ଜଣେ ଯୁବକଙ୍କ ଚାକିରି ହେଉ ନ ଥିବାରୁ ସେ ଆତ୍ମହତ୍ୟା କରିବେ ବୋଲି ଭାବି ନେଇଥିଲେ । ଏହି ସମୟରେ ସେ ହମ୍ମାଦଙ୍କ ଭିଡ଼ିଓ ଦେଖିଥିଲେ । ଯାହା ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥିଲା । ଅନ୍ୟ ପକ୍ଷରେ ହମ୍ମାଦଙ୍କୁ ଇଂରାଜି ଶିଖାଇଥିବା ଶିକ୍ଷକଙ୍କ କହିବା ଅନୁଯାୟୀ ହମ୍ମାଦ୍ ସାରା ବିଶ୍ୱରେ ପାକିସ୍ତାନର ଏକ ସକରାତ୍ମକ ଛବି ସୃଷ୍ଟି କରିବା ଆରମ୍ଭ କରିଛନ୍ତି । ତାଙ୍କ କହିବା ଶୈଳୀରେ ହିଁ ଯାଦୁ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/Sequence-2-01251113.jpg)
/kanak/media/post_attachments/wp-content/uploads/2018/06/maxresdefault-11-300x169.jpg)
/kanak/media/post_attachments/wp-content/uploads/2018/06/download-9.jpg)