କନକ ବ୍ୟୁରୋ :ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ରବିବାର ପାଟଣାର ବଖତିଆରପୁରରେ ନୀତିଶଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରି ଗିରଫ ହେଲେ ଯୁବକ ।

Advertisment

ମିଳିଥିବା ସୂଚନା ମୁତାବକ, ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାରକେଡ ବଖତିଆରପୁର ବଜାର ଦେଇ ଯାଉଥିଲା। ଏହି ସମୟରେ ରାସ୍ତା କଡ଼ରେ ଉପସ୍ଥିତ ଥିବା ଲୋକମାନେ ନୀତିଶ କୁମାରଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କାରକୁ ଅଟକାଇ ତଳକୁ ଓହ୍ଲାଇ ଲୋକମାନଙ୍କୁ ଭେଟୁଥିବାବେଳେ ଜଣେ ଯୁବକ ତାଙ୍କ ଆଡକୁ ମାଡିଆସିଥିଲେ ଜ୍ଝ ଆଉ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଳ୍ପ କିଛି ଦୂରରେ ଥାଇ ସେ ମୁଥ ମାରିବାକୁ ହାତ ଉଠାଇଥିଲେ ଜ୍ଝଆଉ ଏହା ଦେଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଯୁବକଙ୍କୁ ଅଟକାଇ ସ୍ଥାନୀୟ ପୁଲିସର ଜିମା ଦେଇଥିଲେ ଜ୍ଝ

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଆକ୍ରମଣ କରିଥିବା ଯୁବକ ଜଣକ ହେଉଛନ୍ତି ମହମ୍ମଦପୁରର ଶଙ୍କର କୁମାର । ଉକ୍ତ ଯୁବକ ଜଣକ ବଖତିଆରପୁରରେ ସୁନା ଦୋକାନ ଚଳାଉଥିବା ବେଳେ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଛି ପୋଲିସ । ଏହାପୂର୍ବରୁ ବିହାର ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ନୀତିଶଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ସେତେବେଳେ ନୀତିଶଙ୍କ ଉପରେ ଇଟା ଓ ପିଆଜ ପକାଇବାକୁ ଉଦ୍ୟମ କରିଥିଲେ ଯୁବକ ।