ପ୍ରତାରିତ କଲା ପ୍ରେମିକା, ସହି ନପାରି ଆତ୍ମହତ୍ୟା କଲେ ଯୁବକ । କଟକ ତାଳଦଣ୍ଡା ରେଳ ଲାଇନ୍ ଉପରୁ ମୃତଦେହ ଉଦ୍ଧାର କଲା ପୋଲିସ । ପାଖରୁ ମିଳିଲା ସୁଇସାଇଡାଲ ନୋଟ୍ ।

2,061

କନକ ବ୍ୟୁରୋ: ପ୍ରେମ ପାଇଁ ଚାଲିଗଲା ଜୀବନ । ପ୍ରେମିକର ପ୍ରତାରଣା ସହି ନପାରି ଆତ୍ମହତ୍ୟା କଲେ ଯୁବକ । କଟକରୁ ଆସିଛି ଏମିତି ଏକ ଖବର, ଯାହାକି ଏବେ ସଭ୍ୟ ସମାଜର ଛାତି ଥରାଇଦେବ । କଟକ ତାଳଦଣ୍ଡା ରେଳ ଲାଇନ୍ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାଁ ମନୋଜ ସ୍ୱାଇଁ ଏବଂ ଘର କଟକ ରାଉସାପଟଣା ଅଂଚଳରେ ବୋଲି ଜଣାପଡିଛି । ।

ସେପଟେ ମନୋଜଙ୍କ ମୃତଦେହ ପାଖରୁ ଏକ ସୁଇସାଇଡାଲ ନୋଟ୍ ଜବତ କରିଛି ପୁଲିସ । କେବଳ ଏତିକି ନୁହେଁ ଆତ୍ମହତ୍ୟା ପୂର୍ବରୁ ମନୋଜ ଏକ ଭିଡିଓ ମଧ୍ୟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ ହେଉଛି । ଉକ୍ତ ଭିଡ଼ିଓରେ ମନୋଜ ପ୍ରତାରଣାର ପୂରା କାହାଣୀ ବଖାଣିଛନ୍ତି । କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ମଧ୍ୟ ଭିଡ଼ିଓରେ କହିଛନ୍ତି ମନୋଜ ।

ଅନ୍ୟପଟେ ମୃତ ମନୋଜଙ୍କ ପାଖରୁ ପୁଲିସ ଯେଉଁ ସୁଇସାଇଡାଲ୍ ପତ୍ର ପାଇଛି, ସେଥିରେ କ’ଣ ଲେଖାଅଛି? ମନୋଜଙ୍କ ପ୍ରେମ କାହାଣୀରେ କେଉଁ ଗ୍ରହଣ ଲାଗିଲା ଯେ, ତାଙ୍କୁ ଶେଷରେ ଜୀବନ ହାରିବାକୁ ପଡ଼ିଲା । ଏସବୁର ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଉକ୍ତ ଭିଡ଼ିଓରେ ଯେଉଁ ପ୍ରେମିକାର ନାଁ ନେଉଛନ୍ତି ତାଙ୍କୁ ମଧ୍ୟ ପୋଲିସ୍ ପଚରାଉଚୁରା କରିପାରେ । ସେପଟେ ମନୋଜଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇଦେଇଛି ।