ସବ୍ୟସାଚୀଙ୍କ ନାଁରେ ଫାଷ୍ଟ ଫୁଡ୍ ଦୋକାନ । ଲକଡାଉନ ବେଳେ ଦୁବାଇରୁ ଆଣିଥିଲେ, ଗାଁରେ ପହଞ୍ଚି ତାଙ୍କ ନାଁରେ ଦୋକାନ କଲେ ଯୁବକ । ଟ୍ୱିଟ୍ କରି ସବ୍ୟ କହିଲେ, ମୁଁ ଖୁବଶୀଘ୍ର ଯାଉଛି ଖାଇବାକୁ…

655

କନକ ବ୍ୟୁରୋ: ସବ୍ୟସାଚୀଙ୍କ ନାଁରେ ଫାଷ୍ଟ ଫୁଡ୍ ଷ୍ଟଲ୍ । ସାହାଯ୍ୟ ପାଇଥିଲେ ସମ୍ମାନ ଜଣାଇଲେ । ସ୍ୱାଭଲମ୍ବୀ ହୋଇ ସବ୍ୟଙ୍କୁ ସାଲ୍ୟୁଟ୍ କଲେ ଯୁବକ । ନିଜ ଦୋକାନର ନାଁ ସବ୍ୟସାଚୀ ଫୁଡ୍ ୱାଲ୍ଡ ରଖିଛନ୍ତି ପୁରୀ ଜିଲ୍ଲା ନୟାହାଟ ଅଞ୍ଚଳର ଯୁବକ ସେକ୍ ଇସ୍କ ।

କରୋନା ପାଇଁ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା । ଲକଡାଉନ, ସଟଡାଉନ ପାଇଁ ଯେତେବେଳେ ମଣିଷ ବାହାର ରାଜ୍ୟ, ବାହାର ଦେଶରେ ଫସି ହନ୍ତସନ୍ତ ହେଉଥିଲା ଠିକ୍ ସେତିକିବେଳେ ଏ ଯୁବକ ଜଣଙ୍କ ଦୁବାଇରେ ଫସି ରହିଥିଲେ । ହାଇଦ୍ରାବାଦର ଏକ ସଂସ୍ଥା ଜରିଆରେ ଦୁବାଇ ଯାଇ ହୋଟେଲରେ କାମ କରୁଥିବା ବେଳେ ଦେଶରେ ପଡିଥିଲା ତାଲା । ବାସ ତାପରେ ଘରକୁ ଫେରିବାକୁ ଇସ୍କଙ୍କର ସବୁବାଟ ବନ୍ଦ ହୋଇଯାଇଥିଲା ।

ତେବେ ଦେଶ ବାହାରେ ରହି ଦୁଖିଙ୍କ ଦରଦୀ ବନ୍ଧୁଙ୍କୁ ଟ୍ୱିଟ୍ କରି ନିଜ ଅସୁବିଧା ବାବଦରେ ଜଣାଇଥିଲେ ଯୁବକ । ଆଉ ତାପରେ ଓଡିଶାର ସୁନାପୁଅ ସବ୍ୟସାଚୀ ସୁଦୂର ଦୁବାଇରୁ ଓଡିଶା ଫେରାଇ ଆଣିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ନିଜ ବନ୍ଧୁଙ୍କ ସହାୟତାରେ ଯୁବକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଠାରୁ ରାଷ୍ଟ୍ରଦୂତ ସ୍ତରରେ ଯୋଗାଯୋଗ କରି ଘରକୁ ଫେରାଇ ଆଣିଥିଲେ ସବ୍ୟ । ଯେଉଁଥିପାଇଁ ସବ୍ୟଙ୍କୁ ସେ ଭୁଲି ପାରି ନାହାନ୍ତି । ତାଙ୍କ ସହଯୋଗକୁ ସମ୍ମାନ ଦେଇ ସେ କରିଥିବା ଦୋକାନର ନାଁ ସବ୍ୟଚାଚୀ ଫୁଡ୍ ୱାର୍ଲ୍ଡ ରଖିଛନ୍ତି ।

ସେପଟେ ନିଜ ମାଟିରେ, ନିଜ ଗୋଡରେ ଛିଡା ହେବାରୁ ମାତ୍ର ହଜାରେ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ଇସ୍କଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସବ୍ୟସାଚୀ । ଆଉ ଖୁବଶୀଘ୍ର ତାଙ୍କ ଦୋକାନକୁ ଯାଇ ଖାଇବେ ବୋଲି ଟ୍ବିଟ କରି କହିଛନ୍ତି ।