କନକ ବ୍ୟୁରୋ: ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ ପାଗଳ ଭକ୍ତ । ନିଜ ଅନ୍ତରର ବେଦନା ଜଣାଇବାକୁ କାହିଁ କେଉଁ ଅନନ୍ତ ଦୂରରୁ ଦୌଡି ଆସନ୍ତି ଶ୍ରୀକ୍ଷେତ୍ର । ଆଉ ବିଶ୍ୱାସ ରହିଛି ଜଗା ଦୁଆରୁ ଖାଲି ହାତରେ କେହି ଫେରନ୍ତି ନାହିଁ । ତେବେ ପବିତ୍ର ଦିପାବଳୀରେ ଜଣେ ଯୁବତୀ ନିଜର ମନସ୍କାମନା ନେଇ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ । ଦଣ୍ଡପ୍ରଣାମ ସହ ଦୀର୍ଘ ରାସ୍ତା ଅତିକ୍ରମ କରି ଶ୍ରୀମନ୍ଦିରରେ ପହଞ୍ଚିଥିଲେ ଯୁବତୀ । ତାଙ୍କ ମୁଖମଣ୍ଡଳରେ କେବଳ ଭରି ରହିଥାଏ ଭକ୍ତି ରସ । କେବଳ ମହାପ୍ରଭୁଙ୍କୁ ଜଣାଇବେ ନିଜ ମନର କଥା ।

Advertisment

ବଡ଼ଦାଣ୍ଡରେ କେବଳ ସେ ହିଁଁ ଦଣ୍ଡପ୍ରଣାମ କରି କରି ଆସୁଥିଲେ । ଗୋଡ଼ି ସାହାଯ୍ୟରେ ଦଣ୍ଡପ୍ରଣାମର ପରିଧିକୁ ଚିହ୍ନ ଦେଇ ଦେଇ ଚକାନୟନକୁ ଦେଖିବାକୁ ଧାଇଁ ଆସିଲେ । କାରଣ ଆଶା ଥାଏ ମହାପ୍ରଭୁ କେବେବି ଖାଲି ହାତରେ ଫେରାଇବେ ନାହିଁ । କିଛି ସେବାୟତ ଓ ଭକ୍ତ ତାଙ୍କର ପରିଚୟ ଆଉ କାହିଁକି ଆସିଛନ୍ତି ବୋଲି ପଚାରି ବୁଝୁଥିଲେ , କିନ୍ତୁ ସେ ନିରବ । କାହାକୁ କିଛି ନକହି ସିଂହଦ୍ଵାର ଗୁମୁଟ ତଳେ ପତିତପାବନଙ୍କ ଆଗରେ ଅଧିଆ ପଡିଯାଇଥିଲେ । ଆଉ ପ୍ରଭୁଙ୍କୁ ଗୁହାରୀ ଜଣାଇଥିଲେ। ଜଣେ ଯୁବଭକ୍ତଙ୍କ ନିଷ୍ଠା ଓ ଭକ୍ତି ଭାବ ଦେଖି ଆଚମ୍ବିତ ହୋଇଥିଲେ ସେବାୟତ ।