କନକ ବ୍ୟୁରୋ : ପୁରୀ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଫାର୍ମାସିଷ୍ଟ ଭକ୍ତ ନାରାୟଣ ମହାରଣାଙ୍କୁ ଆକ୍ରମଣ କରିଛନ୍ତି । ମେଡିକାଲରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିବା ସହ ଟେବୁଲ ଉଠାଇ ମାଡ ମାରିଛନ୍ତି, ଯାହା ସିସିଟିଭିରେ କଏଦ ହୋଇଛି ।

Advertisment

ଖବର ଅନୁସାରେ, ସମ୍ପୃକ୍ତ ଯୁବକ ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଫାର୍ମାସିଷ୍ଟ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରୁଥିବାବେଳେ ସମ୍ପୃକ୍ତ ଯୁବକ ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଜିଦ ଧରିଥିଲେ । ଫାର୍ମାସିଷ୍ଟ ଅନ୍ୟ ରୋଗୀଙ୍କ ଚିକିତ୍ସା ଚାଲିଥିବା କହିବା ପରେ ଯୁବକଜଣକ ହଠାତ ରାଗିଯାଇ ଆକ୍ରମଣ କରିଥିଲେ । ସିସିଟିଭି ଦେଖିଲା ପରେ କାକଟପୁର ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି ।