କନକ ବ୍ୟୁରୋ: ରାଜଧାନୀରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଘରର କବାଟ ଭାଙ୍ଗି ଉଦ୍ଧାର କଲେ ସହୃଯୋଗୀ । ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ । ଯୁବତୀ ଏକ ବାରରେ କାମ କରନ୍ତି । ରାତି ୧୨ଟା ୩୦ରେ ହଠାତ୍ କବାଟ ବନ୍ଦ କରି ନିଜ ଓଢଣୀରେ ଝୁଲି ପଡିଥିବା କୁହଯାଉଛି । ସହଯୋଗୀମାନେ ଖବର ପାଇ ଘରର କବାଟ ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଏବେ ଯୁବତୀ ଜଣଙ୍କ ଘରୋଇ ହସ୍ପିଟାଲର ବେଡରେ । କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ କାରଣ ଅସ୍ପଷ୍ଟ ।