କନକ ବ୍ୟୁରୋ: ବନ୍ଦୀ ଜୀବନ ବିତାଉଛନ୍ତି ଯାଜପୁର ସୁକିନ୍ଦା ବ୍ଲକ କାକୁଡିଆ ଗାଁର ନନ୍ଦିନୀ ଚାତର । ଚାରିଆଡେ ଅନ୍ଧାର । ଘର ସାରା ଖଣ୍ଡିଆଖାବରା । ଉପରେ ଆଜବେଷ୍ଟସ୍ ଭାଙ୍ଗି ଯାଇଛି । ଏଣେ ତେଣେ ପଡିଛି ବାସନକୁସନ ଓ ଅଳିଆ ଆବର୍ଜନା । ଆଉ ଅନ୍ଧାରୀ କୋଠରୀ ଭିତରେ ସୀମିତ ହୋଇଯାଇଛି ଜଣେ ୨୦ ବର୍ଷିୟ ଯୁବତୀଙ୍କ ଜୀବନ । ମାନସିକ ସ୍ଥିତି ବିଗିଡି ଯିବା ପରେ ନନ୍ଦିନୀଙ୍କ ଜୀବନ ଯନ୍ତ୍ରଣାରେ ବଦଳିଯାଇଛି ।
ନନ୍ଦିନୀ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଠାରେ ମାନସିକ ବିକୃତି ଦେଖିବାକୁ ମିଳିଲା । ପରିବାର ଲୋକ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିଛନ୍ତି । ହେଲେ ଅଭାବି ପରିବାରର ଝିଅ ହୋଇଥିବାରୁ ଚିକିତ୍ସା ଆରମ୍ଭରୁ ହିଁ ଅଟକି ଯାଇଛି । ତେଣୁ ତାଙ୍କୁ ଘରେ ବନ୍ଦ ରଖିବା ପାଇଁ ବାଧ୍ୟ ହେଉଛନ୍ତି ବାପା- ସାବତ ମାଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/16-4.jpg)