ଏବେ ବି ବଂଚିଛି ମାନବିକତା । କୁନି ଝିଅ ସୋନାଲିକୁ ସୁସ୍ଥ କରିବା ପାଇଁ ସହାୟତା ମାଗିଛନ୍ତି ଯୁବଗୋଷ୍ଠୀ ।

119

କନକ ବ୍ୟୁରୋ: ଏବେ ବି ବଂଚିଛି ମାନବିକତା । ଏହାର ନିଛକ ଉଦାହରଣ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖୋଲଗଞ୍ଜ ଏବଂ ଚଢେୟା ଗାଁର ଯୁବଗୋଷ୍ଠୀ । ଖୋଲଗଂଜ ଗାଁର କୁନି ଝିଅ ସୋନାଲି କିଡିନ ରୋଗ ଯନ୍ତ୍ରଣା ଭୋଗୁଛି । ଜୀବନକୁ ଜିଇଁବା ଆଗରୁ ଜୀବନ ମରଣ ସହ ସଂଗ୍ରାମ କରୁଛି । ଆଉ ଏବେ ସୋନାଲିକୁ ବଚେଂଇବା ପାଇଁ ଅଟାଂ ଭିଡିଛନ୍ତି ସ୍ଥାନୀୟ ଯୁବକମାନେ । ଗାଁ ଗାଁ ବୁଲି ମାଗୁଛନ୍ତି ଆର୍ଥିକ ସହାୟତା । ନିଜ ପାଇ ନୁହେଁ ବରଂ ଜଣେ ଅସହାୟ କୁନି ଝିଅର ଜୀବନ ପାଇଁ ।

ଖୋଲଗଂଜ ଗାଁର ସୁଦାମ ଦାସ ଜଣେ ଦିନ ମଜୁରିଆ, ମୁଲ ଲାଗିଲେ ପରିବାର ଚଳେ । ସେଇ ମୂଲ ଉପରେ ନିର୍ଭର କରେ କୀଡିନ ରୋଗରେ ପୀଡିତ କୁନି ଝିଅର ଚିକିତ୍ସା । ମୁଲ ଲାଗି ପରିବାର ମୁହଁରେ ଦାନା ଦେଉଥିବା ବାପା ଝିଅକୁ ଡାକ୍ତରଖାନା ନେବାକୁ ଅସମର୍ଥ । ତେଣୁ ସୋନଲୀ ଘରେ ରହି ମରଣ ସହ ସଂଗ୍ରାମ କରୁଛନ୍ତି । ସୋନାଲୀର ସଂଘର୍ଷ ଖବର କନକ ନ୍ୟୁଜରେ ପ୍ରସାରଣ ହେବା ପରେ ତା’ ଚିକିତ୍ସା ପାଇଁ ଅଂଟା ଭିଡିଛନ୍ତି ଅଂଚଳର କିଛି ଉଦ୍ୟମୀ ଯୁବକ ।

ସୋନାଲିକୁ ବଂଚେଇବା ପାଇଁ ଯୁବକମାନେ ଅଂଟା ଭିଡିଛନ୍ତି । ୨୫ ଜଣ ଯୁବକ ଶୋଲବାକ୍ସ ଧରି ଗାଁ ଗାଁ ଆର୍ଥିକ ସହାୟତା ମାଗୁଛନ୍ତି । ଦୁଆର ଦୁଆର ଯାଇ ମାଗୁଣି କରି ପ୍ରାୟ ୩୦ ହଜାର ଟଙ୍କା ସଂଚୟ କରୁଛନ୍ତି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । ମାଗୁଣି କରି ଟଙ୍କା ଆଣିବେ ଓ ସେଥିରେ ସାନ ଭଉଣୀ ସୋନାଲିର ଚିକିତ୍ସା କରିବେ ।

ଜୀବନ ମରଣ ସହ ସଂଗ୍ରାମ କରୁଥିବା କୁନି ଝିଅର ଜୀବନ ବଚେଁଇବା ପାଇଁ ସ୍ଥାନୀୟ ଯୁବଗୋଷ୍ଠୀ ତ ଅଣ୍ଟା ଭିଡିଛନ୍ତି, ସରକାର ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି ।