କନକ ବ୍ୟୁରୋ: ପାଲଲହଡା ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ୩ ଜଣ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଯୁବକ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆକ୍ରମଣ କରିଥିବା ଯୁବକ ସ୍ଥାନୀୟ ସାମନ୍ତ ସାହିର ଚିଣ୍ଟୁ ନାୟକ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ସମସ୍ତ ଆହତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଦୁଇ ଜଣ ଛୁରି ମାଡ଼ରେ ଆହତ ହୋଇଥିବା ବେଳେ ଅନ୍ୟଜଣଙ୍କର କାନକୁ କାମୁଡି ଦେଇଥିବାରୁ କାନଟି ଛିଡିଯାଇଥିବା ଜଣାପଡିଛି । ଆହତ ଯୁବକ ମାନେ ହେଲେ ସ୍ଥାନୀୟ ଟମ୍ପର ଗ୍ରାମର ସଂଗ୍ରାମ ବିଶ୍ୱାଳ, କ୍ଷୀରୋଦ ମହାକୁଳ ଏବଂ ପରେଶ ନାୟକ ।
ସୂଚନା ଅନୁସାରେ ଆହତ ତିନି ଯୁବକ ନିଜ ନିଜ କାମରେ ପାଳଲହଡା ଟାଉନକୁ ଆସିଥିବା ବେଳେ ସନ୍ଧ୍ୟାରେ କାମ ସାରି ବସଷ୍ଟାଣ୍ଡ ପାଖରେ ଛିଡା ହୋଇଥିଲେ । ଏହି ସମୟରେ ପାଲଲହଡ଼ାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପୂରା ବଜାର ଅନ୍ଧକାର ଥିଲା । ଏହାର ଫାଇଦା ଉଠାଇ ଚିଣ୍ଟୁ ସେମାନଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ଅନ୍ୟପଟେ ଚିଣ୍ଟୁକୁ ଧରିବା ପାଇଁ ପାଲଲହଡା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/vlcsnap-2023-11-10-07h49m11s302.jpg)