କନକ ବ୍ୟୁରୋ: କ୍ଷମତା ବଳରେ ପୁଲିସକୁ ନାଲି ଆଖି । ଚେନ୍ନାଇରୁ ଆସିଛି ଏହି ହିଟ ଆଣ୍ଡ ରନ ଘଟଣା । ରାଜ୍ୟସଭା ସାଂସଦଙ୍କ ଝିଅ ଜଣେ ଯୁବକଙ୍କ ଉପରେ କାର ଚଢ଼ାଇବା ପରେ ଜାମିନରେ ମୁକୁଳିବା ଘଟଣା ଅନେକ ପ୍ରଶ୍ନ ସୃ୍ଷ୍ଟି କରିଛି । ୟାଇଏସଆର କଂଗ୍ରେସ ପାର୍ଟି ବିଡା ମସ୍ତାନା ରାଓଙ୍କ ଝିଅ ମାଧୁରୀ ଏହି ଘଟଣା ଘଟାଇଛନ୍ତି । ଚେନ୍ନାଇ ବସନ୍ତନଗର ଅଂଚଳରେ ଘଟିଥିବା ଏହି ମାମଲାରେ ମାଧୁରୀଙ୍କୁ ଗିରଫ କରି ତୁରନ୍ତ ଜାମିନରେ ଛାଡି ଦେଇଛି । ସୋମବାର ରା୍ତିରେ ୨୪ବର୍ଷୀୟ ଯୁବକ ଫୁଟପାଥର ଶୋଇଥିବାବେଳେ ବିଏମଡବ୍ଲୁ କାର ଚଢ଼ାଇଥିଲେ ମାଧୁରୀ ।