ମିଠା ବ୍ୟବସାୟ ଦେଇଛି ରୋଜଗାର ଆଉ ପରିଚୟ । ଘରୋଇ କମ୍ପାନୀରୁ ଚାକିର ଛାଡି ମିଠା ବ୍ୟବସାୟ କରୁଛନ୍ତି ଜଣେ ଯୁବକ

306

କନକ ବ୍ୟୁରୋ : ମିଠା ବ୍ୟବସାୟ ଦେଇଛି ରୋଜଗାର ଆଉ ପରିଚୟ । ଘରୋଇ କମ୍ପାନୀରୁ ଚାକିର ଛାଡି ମିଠା ବ୍ୟବସାୟ କରୁଛନ୍ତି ଜଣେ ଯୁବକ । ବିଭିନ୍ନ ପ୍ରକାରର ପ୍ରାୟ ୨୦ ରୁ ଊର୍ଦ୍ଧ ପ୍ରକାରର ବିଭିନ୍ନ ସୁଆଦିଆ ମିଠା ସାଙ୍ଗକୁ ଛେନାପୋଡ ପ୍ରସ୍ତୁତ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୟ କରି ରୋଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧୀକ ଟଙ୍କା । ନିଜ ମିଠା ଦେକାନରେ ସ୍ଥାନିୟ ଅଂଚଳର କିଛି ଯୁବକଙ୍କୁ ନିଯୁକ୍ତି ଦେଇ ରାଜଗାରର ମାଧ୍ୟମ ପାଲଟିଥିବା ବେଳେ ହୋଇ ପାରିଛନ୍ତି ଆତ୍ମନିର୍ଭରଶୀଳ ।

ରୋଜଗାର ଦେଉଛି ମିଠା ବ୍ୟବସାୟ । କମ୍ପାନୀ ଚାକିରି ଛାଡ଼ି ଜଣେ ସଫଳ ମିଠା ବ୍ୟବସାୟୀ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇ ଅଂଚଳର ଅଭିରାମ ମହାନ୍ତି । ରସଗୋଲା , ଛୋନାପୋଡ , କ୍ଷୀରଗଜା , ରସମଲେଇ , ଗୋଲାପଜାମୁ , ଛେନା ଝି୍ଲ୍ଲି , କ୍ଷୀର ସାଗର , କାଲାଜାମୁ , ରସାବଳି ଭଳି ପ୍ରାୟ ୨୦ ପ୍ରକାରର ମିଠା ପ୍ରସ୍ତୁତ କରୁଛନ୍ତି । ଏହାକୁ ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାକୁ ରପ୍ତାନି କରି ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରି ପାରୁଛନ୍ତି । ରସଗୋଲା ୫ ଟଙ୍କା ୧୦ ଟଙ୍କା ୫୦ ଟଙ୍କା ଏବଂ ୧୦୦ ଟଙ୍କା ଭଳି ବିଭିନ୍ନ ଦାମର ଥିବା ବେଳେ ଛେନାପୋଡ ୧ କେଜି ୨ କେଜି ଏବଂ ୩ କେଜି ଭଳି ଓଜନର ରହିଛି । ଛେନା ପୋଡ କେଜି ପିଛା ୨୦୦ ଟଙ୍କାରେ ବିକ୍ରୟ ହେଉଥିବାର କହିଛନ୍ତି ବ୍ୟବସାୟୀ ।

୨୦୧୯ ମସିହାରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ ଅଭିରାମ । ସୁଆଦିଆ ରସଗୋଲା ସହିତ ଛେନାପୋଡ ପ୍ରସ୍ତୁତ କରି କେନ୍ଦ୍ରାପଡା ଜିଲ୍ଲା ସମେତ ଅନୁଗୁଳ, କଟକ, ଯାଜପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଜିଲ୍ଲାକୁ ଅର୍ଡର ମୁତାବକ ପଠାଇବା ସହିତ ବାହାର ରାଜ୍ୟ ରାୟପୁରକୁ ପଠାଇଥାନ୍ତି । ନିଜ ମିଷ୍ଠାନ୍ନ ଭଣ୍ଡାରରେ ସ୍ଥାନିୟ ଅଂଚଳର ୫ ଜଣ ମିଠା କାରିଗର ସହିତ ୩ ଜଣ କର୍ମଚାରିଙ୍କୁ ମିଶାଇ ସମୁଦାୟ ୮ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଦିନକୁ ୨ କୁଇଂଟାଲରୁ ୩ କୁଇଁଟାଲ ପର୍ଯ୍ୟନ୍ତ ଛେନା ଦରକାର ହେଉଥିବା କୁହନ୍ତି ଅଭିରାମ । ମିଠା ଏବଂ ଛେନାପୋଡ ପ୍ରସ୍ତୁତିରେ ଅଭିରାମ କାରିଗର ମାନଙ୍କ ସହିତ ସହଯୋଗ କରୁଥିବା ବେଳଳେ ଏହାକୁ ସଠିକ ଢଙ୍ଗରେ ପ୍ୟାକିଙ୍ଗ କରି ଗାଡି ସାହାର୍ଯ୍ୟରେ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି । ଅଭିରାମଙ୍କ ପ୍ରସ୍ତୁତ ମିଠାର ବଜାରରେ ସ୍ୱତନ୍ତ୍ର ଚାହିଦା ଥିବା ବେଳେ ଗ୍ରାହାକ ମାନଙ୍କ ଦ୍ୱାରା ଆଦୃତ ମଧ୍ୟ ହେଉଛି ।

ମିଠା ଏବଂ ଛେନାପୋଡ ପ୍ରସ୍ତୁତିରେ ଅଭିରାମ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ପାଟକୁରାରୁ ପ୍ରଦୀପ କୁମାର ସ୍ୱାଇଁଙ୍କ ରିପୋର୍ଟ କନକ ନ୍ୟୁଜ ।