ସହଜ ପାସୱାର୍ଡ ରଖି ଠକେଇର ଶିକାର ହେଲେ ଯୁବକ। ମୋବାଇଲ ଚୋରି ହେବା ପରେ ଫୋନ ପେ’ରୁ ଦୁର୍ବୃତ୍ତ ନେଇଗଲା ୮୦ ହଜାରରୁ ଅଧିକ ଟଙ୍କା

276

କନକ ବ୍ୟୁରୋ: ସହଜ ପାସୱାର୍ଡ ଯେ କେତେ ମହଙ୍ଗା ହୋଇପାରେ ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ସହଜ ପାସୱାର୍ଡ ରଖିଥିବାରୁ ଯୋଗୁ ଜଣେ ବ୍ୟକ୍ତିଙ୍କୁ ୮୦ ହଜାରରୁ ଅଧିକ ଠକେଇ ଶିକାର ହେବାକୁ ପଡିଛି । ୟୁପିଆଇ ପେମେଣ୍ଟପାଇଁ ଥିବା ଆପ୍ ‘ଫୋନ ପେ’ରେ ସହଜ ପାସୱାର୍ଡ ରଖିôଥିଲେ । ଚୋର ମୋବାଇଲ ଚୋରି କରିବାପରେ ଉକ୍ତ ଆପ ମଧ୍ୟରେ ଟଙ୍କା ନେଇଯାଇଥିଲେ । ଏଭଳି ଠକେଇର ଶିକାର ହୋଇଛନ୍ତି, କଟକ କମରପୁର ଅଞ୍ଚଳର ଯୁବକ ରାକେଶ କରଣ ।

ରାକେଶ ଜଣେ ଗାଡି ଚାଳକ, ସେ ଗାଡି କାର ରଖି ଶୋଇଥିବା ବେଳେ କେହି ତାଙ୍କ ମୋବାଇଲ ଚୋରାଇ ନେଇଥିଲେ । ମୋବାଇଲରେ ତାଙ୍କର କୌଣସି ପାସୱାର୍ଡ ନ ଥିଲା । ଏବଂ ପାସୱାର୍ଡ ମନେ ରହୁନଥିବାରୁ ଅନଲାଇନ ପେମେଣ୍ଟ ଆପ୍ ଫୋନ ପେରେ ପାସୱାର୍ଡ ରଖିଥିଲେ ୧,୨,୩,୪,୫,୬ । ଚୋର ମୋବାଇଲ ନେବା ପରେ ପାସୱାର୍ଡ ମାରି ଟଙ୍କା ନେଇ ଯାଇଥିଲେ । ୧୦ ହଜାର , ୨୦ ହଜାର ଏପରି କରି ୮୦ ହଜାରରୁ ଅଧିକ ଟଙ୍କା ଉଠାଇ ନେଇଥିଲେ । ରାକେଶ ସିମ ଓ ବ୍ୟାଙ୍କ୍ ଆକାଉଂଟ ବ୍ଲକ କରିବା ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇଯାଇଥିଲା । ମୋବାଇଲରେ ପାସୱାର୍ଡ ରଖିନଥିବା ବେଳେ ଫୋନ ପେ’ରେ ସହଜ ପାସୱାର୍ଡ ରଖିଥିବାରୁ ଏଭଳି ଠକେଇର ଶିକାର ହୋଇଥିବା କୁହାଯାଉଛି । ସେଥିପାଇଁ ଆମକୁ ସର୍ବଦା ଜଟିଳ ପାସୱାର୍ଡ ରଖିôବାକୁ ବିଭିନ୍ନ ଆପ ଏବଂ ସଂସ୍ଥା ପରାମର୍ଶ ଦେଇଥାଏ ।