କନକ ବ୍ୟୁରୋ: ଳସମ୍ବଲପୁର ମୁଣ୍ଡଘାଟରେ ଅଘଟଣ । ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପୃଥ୍ୱୀରାଜ ବେହେରା । ଯୁବକ ଜଣକ ହୋଲି ଖେଳି ସାରି ଗାଧେଇବା ପାଇଁ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଯାଇଥିଲେ । ଆଉ ଗାଧୋଉଥିବା ବେଳେ କେନାଲର ସୁଅରେ ଭାସିଯାଇଥିଲେ ।
ସେପଟେ କୋରାପୁଟରେ ଘଟିଛି ଅଭାବନୀୟ ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣାଟି ଦଶମନ୍ତପୁର ବ୍ଲକ ଚିକାମ୍ବ ପଂଚାୟତର ଗଦଳା ଗାଁ ନିକଟରେ ଘଟିଛି । ଗିର୍ଲି ଗୁମା ମୁଖ୍ୟ ରାସ୍ତା ବୁଲାଣି ପାଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଆହତଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/12-24.jpg)