କନକ ବ୍ୟୁରୋ: କଟକ ମହିମା ନଗରରେ ଅଘଟଣ । ଡ୍ରେନରେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ପାଖାପାଖି ୪୦ବର୍ଷ ବୋଲି ଜଣାପଡିଛି । କଟକ ମହିମା ନଗର ମଙ୍ଗଳା ମନ୍ଦିର ନିକଟ ମୁକୁଳା ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସକାଳୁ ଡ୍ରେନରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି ।