ରାଉଲକେଲାରେ ବିଭତ୍ସ ହତ୍ୟାକାଣ୍ଡ: ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା କଲେ ଦୁବୃର୍ତ୍ତ

115

କନକ ବ୍ୟୁରୋ: ରାଉଲକେଲାରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ୨୮ ବର୍ଷର ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା କରିଛନ୍ତି ଦୁବୁର୍ତ । ସେକ୍ଟର-୫ ଦୀପିକା ସ୍କୁଲ ପାଖ ରାସ୍ତାକଡ଼ରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ଜଣକ ହେଲେ ସେକ୍ଟର-୬ ମହିମାଶ୍ରମ ବସ୍ତିର ମନୋରଞ୍ଜନ ନାଗ । ପୁଲିସର ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ଏକାଧିକ ଦୁବୁର୍ତ ଯୁବକକୁ ହତ୍ୟା କରି ଏକ ନିଛାଟିଆ ସ୍ଥାନରେ ପକାଇଦେଇଥିବା ସନ୍ଦେହ କରାଯାଉଛି ।