ସେଲଫି ନେବା ହେଲା କାଳ । ପିକନିକ ଯାଇ ଭାସିଗଲେ ଯୁବକ-ଯୁବତୀ । ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର, ଯୁବତୀଙ୍କ ମିଳୁନି ପତ୍ତା ।

401

କନକ ବ୍ୟୁରୋ : ସେଲଫି ନେବା ହେଲା କାଳ । ପିକନିକ ଯାଇ ଭାସିଗଲେ ଯୁବକ ଯୁବତୀ, ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସୁନ୍ଦରଗଡ ତଲସରା ଘୋଘର ନିକଟ ଇବ ନଦୀର କାନାକୁଣ୍ଡରେ ପଥର ଉପରେ ଛିଡା ହୋଇ ସେଲଫି ନେଉଥିଲେ । ତେବେ ହଠାତ୍ ଗୋଡ ଖସିଯିବାରୁ ନଦୀର ସ୍ରୋତରେ ଭାସିଯାଇଥିଲେ ।

ସଂପର୍କୀୟ ଦେଖି ପାଟି କରିବା ପରେ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଚିଂ ଖୋଜାଖୋଜି କରୁଛନ୍ତି । ଯୁବତୀଙ୍କର କୌଣସି ପତା ମିଳିନାହିଁ । ଯୁବତୀଙ୍କୁ ଖୋଜିବାକୁ ଏବେ ବି ଅଗ୍ନୀଶମ ବାହିନୀ ପ୍ରୟାସ ଜାରି ରଖିଛି ।