କନକ ବ୍ୟୁରୋ: ରୋଜଗାର ଅ।।ଶାରେ ଘର ଛାଡିଥିଲେ । ପଞ୍ଜାବରେ ଦାଦନ ଖଟି ଘରକୁ ଟଙ୍କା ପଠେଇବେ ବୋଲି ଆଶା ରଖିଥିଲେ । ହେଲେ ସବୁ କିଛି ଅଲଟା ହେଲା । ଟଙ୍କା ବଦଳରେ ହାତରେ ସିଙ୍ଗଡା ଧରେଇ ଦେଇ, ଠକି ଦେଇଛି ଆସାମର ଠିକାଦାର । ବୃଦ୍ଧ ବୟସରେ ଧୋକ୍କା ଦେଉଛି ଠିକାଦାର । କାମ ବାବଦକୁ ୫ ହଜାର ଟଙ୍କା ଦେବା ବଦଳରେ ହାତରେ ଗୋଟିଏ ସିଙ୍ଗଡା ଧରେଇ ଦେଇ ପୁରୀ ଆସୁଥିବା ଟ୍ରେନରେ ଚଢାଇ ଦେଇ ଫେରାର ହୋଇଯାଇଛି ସଂପୃକ୍ତ ଠିକାଦାର । ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆସାମ ରାଜ୍ୟର । ଏହି ବୃଦ୍ଧଙ୍କ ଠିକଣା ପାଲଟିଛି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡ ପିପିଲି ନିକଟ ଏକ ବଣ ଜଙ୍ଗଲ । ପୁରୀ ଷ୍ଟେସନରୁ ଚାଲି ଚାଲି ଆସି ଦୀର୍ଘ ୩ ଦିନ ହେଲାଣି ଏହି ବଣ ଭିତରେ ପଡି ରହିଛନ୍ତି ।
କାମ ଖୋଜି ଖୋଜି ଆସାମରୁ ପଞ୍ଜାବ ଯାଇଥିବା ଶ୍ରମିକଙ୍କୁ ଧୋକା, ହାତରେ ସିଙ୍ଗଡା ଦେଇ ଟ୍ରେନରେ ଚଢେଇ ଦେଲା ଠିକାଦାର ।
/kanak/media/post_attachments/wp-content/uploads/2023/10/21-13.jpg)