ଭାରତୀୟ ହକି ପ୍ରେମୀଙ୍କ ପାଇଁ ଗୌରବର କଥା। ଲଗାତର ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳି ହେଲେ ହରମନପ୍ରୀତ ସିଂ।

ଭାରତୀୟ ହକି ପ୍ରେମୀଙ୍କ ପାଇଁ ଗୌରବର କଥା। ଲଗାତର ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳି ହେଲେ ହରମନପ୍ରୀତ ସିଂ।

କନକ ବ୍ୟୁରୋ: ଭାରତୀୟ ହକି ପ୍ରେମୀଙ୍କ ପାଇଁ ଗୌରବର କଥା । ଭାରତୀୟ ହକି ଖେଳାଳି ହରମନପ୍ରୀତ ସିଂ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଅନ୍ତର୍ଜାତୀୟ ହକି ମହାସଂଘ, ଏଫଆଇଏଚ୍ ଏନେଇ ଶୁକ୍ରବାର ଘୋଷଣା କରିଛି । ଆହୁରି ଖୁସିର କଥା ହେଲା, ଲଗାତର ଦ୍ୱିତୀୟ ବର୍ଷ ପାଇଁ ହରମନପ୍ରୀତଙ୍କୁ ଏହି ପୁରସ୍କାର ମିଳିଛି ।

୨୬ ବର୍ଷୀୟ ହରମନପ୍ରୀତ ଭାରତୀୟ ଦଳର ଉପଅଧିନାୟକ ଅଛନ୍ତି । ଖେଳପଡ଼ିଆରେ ଜଣେ ବିଚକ୍ଷଣ ଡିଫେଣ୍ଡର ଭାବେ ତାଙ୍କର ବେଶ୍ ପ୍ରସିଦ୍ଧି ରହିଛି । ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଅନ୍ୟ ଦୁଇ ଜଣ ବିଦେଶୀ ଖେଳାଳି ଥିଲେ ବି ବହୁ ପଏଂଟ ଆଗରେ ରହି ପୁରସ୍କାର ଜିତିନେଇଛନ୍ତି ଏହି ଭାରତୀୟ ଖେଳାଳି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe