ଠିକରେ କାମ ହେଉଛି ନା ନାହିଁ ଦେଖିବା ପାଇଁ ମ୍ୟାନହୋଲରେ ପସିଲେ ମହିଳା ଅଧିକାରୀ । ଲୋକମାନେ ଦେଖି ଦେଲେ ସାବାସୀ । କହିଲେ ଏମିତି ଅଧିକାରୀ ଥିଲେ ଆମ ଦୁଃଖ ଦୂର ହେବ ।

259

କନକ ବ୍ୟୁରୋ: ଅନେକ ସମୟରେ ସରକାରୀ ଅଧିକାରୀ ନିଜ କାମକୁ ଅବହେଳା କରିଥାନ୍ତି । ଫଳରେ ଲୋକମାନେ ହଇରାଣ ହୋଇଥାନ୍ତି । ଠିକ ଏହି ସମୟରେ ଏହି ମହିଳା ଅଧିକାରୀ ଜଣକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ କାମକୁ କିଭଳି ଭାବେ ପାଳନ କରାଯାଏ ତାହା ସେ କରି ଦେଖାଇଛନ୍ତି । ଦେଖନ୍ତୁ ଏହି ଫଟୋକୁ କିଭଳି ଜଣେ ମହିଳା କର୍ମଚାରୀ ମ୍ୟାନ ହୋଲ ଭିତରେ ପ୍ରବେଶ କରୁଛନ୍ତି । ଆଉ କାମ ଠିକ ଭାବେ ହୋଇଛି କି ନାହିଁ ତଦାରଖ କରୁଛନ୍ତି ।

ଭିଡିଓଟି ହେଉଛି ମୁମ୍ବାଇର ଥାଣେ ଜିଲ୍ଲାର । ଆଉ ଏହି ମହିଳା ଅଧିକାରୀ ଜଣକ ହେଉଛନ୍ତି ଭିବଡି-ନିଜାମପୁର ମ୍ୟୁନିସିପାଲଟି କର୍ପୋରେସନର ଜଣେ ଅଧିକାରୀ । ତାଙ୍କ କାମ ହେଉଛି ସହରରେ ହେଉଥିବା କାମକୁ ତଦାରଖ କରିବା । ଆଉ ଯାହାକୁ ସେ ସଠିକ ଭାବେ ତୁଲାଇଛନ୍ତି । ଏହି ଭିଡିଓକୁ ଦେଖିଲା ପରେ ଲୋକମାନେ ଅନେକ ପ୍ରଶଂସା କରିଛନ୍ତି ଆଉ କହିଛନ୍ତି, ମ୍ୟୁନିସିପାଲଟିରେ ଏହିଭଳି କର୍ମଚାରୀ ରହିବା ନିହାତି ଦରକାର ।

ନିକଟରେ ଲଘୁଚାପ ବର୍ଷାରେ ମୁମ୍ବାଇ ଉବୁଟୁବୁ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଆପଣ ମାନେ ନିଶ୍ଚୟେ ଦେଖିଥିବେ । ରାସ୍ତା ଉପରେ ଘରେ ଭିତରେ ପାଣି ମଧ୍ୟ ପଶି ଯାଇଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଏହାପରେ ମ୍ୟୁନିସିପାଲଟି ତରଫରୁ ସଫେଇ କାମ ଆରମ୍ଭ ହୋଇଥିଲା । ନାଳ ନର୍ଦ୍ଦମା, ମ୍ୟାନହୋଲ ସଫା କରା ଯାଇଥିଲା । ତେବେ ଲୋକଙ୍କ ସମସ୍ୟା ଦେଖି ନିଜେ ସଫେଇ କାମକୁ ତଦାରଖ କରିବାକୁ ଆସିଥିଲେ ମହିଳା ଅଧକାରୀ । ଆଉ ନିର୍ଭୟରେ ନିଜେ ମ୍ୟାନହୋଲରେ ପ୍ରବେଶ କରିଥିଲେ ।