ରଙ୍ଗ ତୁଳି ଦେଇଛି ପରିଚୟ ସହ ରୋଜଗାର । ପୁରୀ ଜିଲ୍ଲା ସଦର ବ୍ଲକ ଅଙ୍କିଆ ଗାଁର ଦିବ୍ୟଜ୍ୱତିଙ୍କ ଚିତ୍ରକଳା ସାଉଁଟୁଛି ପ୍ରଶଂସା । 

101

କନକ ବ୍ୟୁରୋ: ରଙ୍ଗ ତୁଳି ଦେଇଛି ପରିଚୟ  । ରୋଜଗାରର ମାଧ୍ୟମ ବି ପାଲଟିଛି ରଙ୍ଗତୁଳି  । ପୁରୀ ଜିଲ୍ଲା ସଦର ବ୍ଲକ ଅଙ୍କିଆ ଗାଁର ଦିବ୍ୟଜ୍ୱତି ଏବେ ନିଜ ଚିତ୍ରକଳା ପାଇଁ ପ୍ରଶଂସା ସାଉଁଟିବା ସହ ଅଳ୍ପ କିଛି ରୋଜଗାର ମଧ୍ୟ କରୁଛନ୍ତି  । ଚିତ୍ର ଆଙ୍କିବା ନେଇ ତାଲିମ ନେଇଛନ୍ତି ଦିବ୍ୟଜ୍ୱତି  ।

ଚିତ୍ରକଳାର ଶିକ୍ଷା ନେବା ପରେ ଏବେ ମୋବାଇଲ ଯୋଗେ କିମ୍ବା ଫଟୋକୁ ତୁଳୀ ମାଧ୍ୟମରେ ଆଙ୍କୁଛନ୍ତି ସେ  । ତାଂକ ଭଲ ଚିତ୍ରାଂକନ ଯୋଗୁଁ ଚାହିଦା ମଧ୍ୟ ରହିଛି  । ତାଙ୍କୁ ଅନେକ ଜାଗାରୁ ଚିତ୍ର ଆଙ୍କିବା ପାଇଁ ବରାଦ ମଧ୍ୟ ଆସୁଛି, ଆଉ ଦିବ୍ୟଜ୍ୱତି ଚିତ୍ର ଆଙ୍କି ସେହି ସବୁ ଗ୍ରାହକଙ୍କ ପାଖକୁ ପଠାଇ ଥାନ୍ତି  ।

ବାପା ଓ ଭାଇଙ୍କ ସହଯୋଗ ଓ ପ୍ରେରଣା ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି  । ଏବେ ସେ ଚିତ୍ର ଆଙ୍କିବାକୁ ନିଶା ଭାବେ ଗ୍ରହଣ କରିଛନ୍ତି  । ହେଲେ ଚିତ୍ର ଆଙ୍କିବାକୁ ସେ ଆଗକୁ ନିଜ କ୍ୟାରିୟର ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି  । ତେବେ ତାଂକୁ ପର୍ଯ୍ୟାପ୍ତ ସୁଯୋଗ ମିଳୁ ନାହିଁ ବୋଲି ସେ କହିଛନ୍ତି ।