ମିଛ ହେଲା ଅନୁଭବଙ୍କ ନାଁରେ ମହିଳା ଆଣିଥିବା ଅଭିଯୋଗ । ତଦନ୍ତ ଶେଷ କରି ଫାଇଲ୍ ବନ୍ଦ କଲା ପୋଲିସ ।

1,845

କନକ ବ୍ୟୁରୋ: ମିଛ ହେଲା ମାମଲା , ତଦନ୍ତ ସାରି ଫାଇଲ୍ ବନ୍ଦ କଲା ପୋଲିସ । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ଆଣିଥିବା ମାମଲା ଶେଷରେ ମିଥ୍ୟା ପ୍ରମାଣିତ ହୋଇଛି । ଏପରିକି ଘଟଣାରେ କୌଣସି ବାସ୍ତବିକତା ନଥିବାରୁ ଏହାକୁ ତଦନ୍ତ ସାରି ମାମଲାଟିକୁ ବନ୍ଦ କରିଦେଇଛନ୍ତି କଟକ ପୋଲିସ । ସୂଚନା ମୁତାବକ, ଗତ ଜୁନ୍ ୧୪ ତାରିଖରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସାଙ୍ଘାତିକ ଆଣିଥିଲେ ଜଣେ ମହିଳା ।

Exclusive Interview With Anubhav Mohantyମହିଳାଙ୍କ ଅଭିଯୋଗ ମୁତାବକ , ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ତାଙ୍କୁ ହଇରାଣ କରୁଥିଲେ । ବାଟରେ ଯିବା ବେଳେ ତାଙ୍କୁ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ । ତେବେ ଘଟଣା ସମ୍ପର୍କରେ ଜଣାଇବାକୁ ସେ ଅନୁଭବଙ୍କ ଘରକୁ ଯାଇଥିଲେ ମହିଳା । ତେବେ ସେଠାରେ ଅନୁଭବ ମହିଳାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ କରିଥିଲେ । ତେବେ ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ କଟକ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଶେଷରେ ଜଣାପଡିଛି ।

Anubhav mohanty on chit fundକଟକ ଡିସିପି ଅଖିଳେଶ୍ୱର ସିଂଙ୍କ କହିବା ମୁତାବକ, ମହିଳାଙ୍କ ମାଲା ରୁଜୁ ହେବା ପରଠାରୁ କଟକ ପୋଲିସ ଏହି ଘଟଣାକୁ ଅତି ଗମ୍ଭୀରତା ସହ ତଦନ୍ତ କରିଥିଲା । ଏପରିକି ମହିଳା ଅଭିଯୋଗ କରିଥିବା ଟିକିନିକ୍ ସିସିଟିଭି ତଥ୍ୟକୁ ଯାଞ୍ଚ କରିବା ସହ ଘଟଣା ସ୍ଥଳକୁ ଯାଇ ପୁଙ୍ଖାନୁଫୁଙ୍ଖ ତଦନ୍ତ କରିଥିଲା ପୋଲିସ । କିନ୍ତୁ ଘଟଣାରେ କୌଣସି ବାସ୍ତବିକତା ନଥିବା ଯୋଗୁଁ ମାମଲାଟିର ତଦନ୍ତ ସାରି ଫାଇଲ୍ ବନ୍ଦ କରାଯାଇଛି ବୋଲି କହିଛନ୍ତି କଟକ ଡିସିପି ।