କନକ ବ୍ୟୁରୋ: ମୟୂରଭଞ୍ଜ କପ୍ତିପଦା ଥାନା ସୋନ ଡ୍ୟାମରୁ ପଥର ବନ୍ଧା ଯାଇଥିବା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ । ଶାଳଚୁଆ ଅଂଚଳର ଜଣେ ଯୁବକ ମାଛ ମାରିବା ସମୟରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ମୃତଦେହ ଉଦ୍ଧାର କରିଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ହତ୍ୟା ପରେ ଦୁର୍ବୃତ ମହିଳାଙ୍କ ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମ ଭିତରକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ପରିଚୟ ମିଳିପାରି ନାହିଁ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ ।