ଭଦ୍ରକରେ ଅଭାବନୀୟ ଘଟଣା । ରୋଷେଇ କଲାବେଳେ ଜଳିଗଲେ ଦମ୍ପତି । ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ମେଡିକାଲରେ ଭର୍ତ୍ତି

Advertisment
ଭଦ୍ରକରେ ଅଭାବନୀୟ ଘଟଣା । ରୋଷେଇ କଲାବେଳେ ଜଳିଗଲେ ଦମ୍ପତି । ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜଳିଗଲେ ଦମ୍ପତି । ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସେରପୁର ଗ୍ରାମରେ । ଅଗ୍ନିକାଣ୍ଡରେ ୩ବଖରା ଘର ମଧ୍ୟ ଜଳିଯାଇଛି । ସେରପୁର ଗ୍ରାମର ସରୋଜୀନି ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଟସର୍କିଟର ନିଆଁ ଲାଗିଥିଲା । ଘଟଣା ସ୍ଥଳରେ ସରୋଜିନୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡରେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସେରପୁର ଗ୍ରାମର ଅନ୍ତର୍ଯ୍ୟାମୀ ପରିଡ଼ାଙ୍କ ସ୍ତ୍ରୀ ସରୋଜିନୀ ପରିଡ଼ା (୩୦) ସକାଳେ ଇଣ୍ଡକସନ୍ ଚୁଲାରେ ଚା’ ତିଆରି କରୁଥିବା ବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଏହାପରେ ସେ ଚିତ୍କାର କରିଥିଲେ। ସ୍ତ୍ରୀଙ୍କ ପାଟି ଶୁଣି ଅନ୍ତର୍ଯ୍ୟାମୀ ପରିଡ଼ା ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଧାଇଁ ଆସିଥିଲେ। ହେଲେ ସେତେବେଳକୁ ସରୋଜିନୀ ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ଖାଲି ସେତିକି ନୁହେଁ , ତାଙ୍କର ତିନି ବଖରା ଘର ବି ଜଳ ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ ସ୍ୱାମୀ ଅନ୍ତର୍ଯ୍ୟାମୀ ପରିଡ଼ା ବି ପୋଡ଼ି ହୋଇଯାଇଥିଲେ। ଏହାପରେ ଉଭୟଙ୍କୁ ସ୍ଥାନୀୟ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସରୋଜିନୀ ପରିଡ଼ାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଏବେ ଅନ୍ତର୍ଯ୍ୟାମୀ ପରିଡ଼ା ଚିକିତ୍ସିତ ହେଉଛନ୍ତି।

ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବାର ସୂଚନା ମିଳିଛି। ତିହିଡ଼ି ଥାନା ପୁଲିସ୍ ମୃତ ସରୋଜିନୀଙ୍କର ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଅପରପକ୍ଷରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। ଏହି ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe