ତେଲେଙ୍ଗାନାରେ ତିନି ତଲାକ ! ବେହେଡା ଦାନ୍ତ ପାଇଁ ତିନି ତଲାକ ଦିଆଯାଇଥିବା ଅଭିଯୋଗ ଆଣିଲେ ପୀଡିତା

179

କନକ ବ୍ୟୁରୋ: ତିନି ତଲାକକୁ ନେଇ ତେଲେଙ୍ଗାନାରେ ଆସିଛି ଏକ ଅଭିଯୋଗ । ସ୍ତ୍ରୀକୁ ତିନ୍ ତଲାକ୍ ଜରିଆରେ ସ୍ୱାମୀ ଛାଡି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ହାଇଦ୍ରାବାଦ୍ ଥାନାରେ ମହିଳା ଜଣକ ନିଜ ସ୍ୱାମୀ ମୁସ୍ତାଫାଙ୍କ ବିରୋଧରେ ଥାନାରେ ଏତଲା କରିଛନ୍ତି । ମହିଳାଙ୍କ ଦାନ୍ତ ଅସଜଡା ଥିବା କହି ମୁସ୍ତାଫା ତାଙ୍କୁ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି । ଏହା ସହିତ ଅଧିକ ଯୌତୁକ ଦାବିରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ମଧ୍ୟ ହୋଇଛି ।

ମହିଳା ନିଜ ବାପ ଘର ଯାଇଥିବା ବେଳେ ମୁସ୍ତାଫା ତାଙ୍କୁ ଫୋନ୍ କରି ଆଉ ନ ଆସିବାକୁ କହିଥିଲେ । ଏହାସହ ସେ ତାଙ୍କୁ ଚାଡପତ୍ର ଦେବେ ବୋଲି କହିଥିଲେ । ଗତ ଅକ୍ଟୋବର ୧୨ ତାରିଖରେ ନିଜ ସ୍ୱାମୀ ମୁସ୍ତାଫାଙ୍କୁ ପୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାବେଳେ, ଫୋନ୍ ଜରିଆରେ ସେ ତିନିଥର ତଲାକ କହିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଗତ ଅକ୍ଟୋବର ୩୧ ତାରିଖରେ ମୁସ୍ତାଫା ବିରୋଧରେ ଆଇପିସି ଧାରା ୪୯୮ ଏ ଆଧାରରେ ମାମଲା ରୁଜୁ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।