ପଶୁପକ୍ଷୀଙ୍କ ପ୍ରତି ଅଜବ ଭଲପାଇବା ! ୨୫ ବିଲେଇ, ୨୦ କୁକୁର ଓ ଅନ୍ୟାନ୍ୟ ଜୀବଙ୍କ ପାଇଁ ସ୍ୱାମୀ ଏବଂ ପରିବାରକୁ ଛାଡି ଅଲଗା ରହୁଛନ୍ତି ଏହି ମହିଳା ।

46

ପଶୁ ପକ୍ଷୀଙ୍କ ପାଇଁ ସ୍ୱାମୀ ଏବଂ ପିଲାଙ୍କୁ ଛାଡି ଅଲଗା ରହୁଛନ୍ତି ମହିଳା । ଗୋଟିଏ ଘରେ କୁକୁର, ବିଲେଇ, ପାରା ଏବଂ ଅନ୍ୟାନ୍ୟ ଜୀବ ରହୁଥିବାର ଦେଖିଛନ୍ତି କି? କିନ୍ତୁ ଆମେ ଏବେ ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେ କୁକୁର, ବିଲେଇ ଠାରୁ ଆରମ୍ଭ କରି ଚିଲ ପର୍ଯ୍ୟନ୍ତ ତାଙ୍କର ଗୋଟିଏ ଘରେ ରଖିଛନ୍ତି । ଆପଣ ନିଶ୍ଚୟ ଭାବୁଥିବେ ଘର ବଡ ହୋଇଥିବ ସେଥି ପାଇଁ ଏତେ ଜୀବଙ୍କୁ ଗୋଟିଏ ଘରେ ରଖିଛନ୍ତି । କିନ୍ତୁ ବାସ୍ତବତା କିଛି ଅଲଗା । ଘର କହିବାକୁ ଗଲେ ମାତ୍ର ଗୋଟିଏ ରୁମ୍ । ଗୋଟେ ଲୋକ ରହିଲେ ଅନ୍ୟ ଜଣେ ରହିବାକୁ କଷ୍ଟ ହେବ । ଏହିଭଳି ଏକ ଗୋଟିଏ ଘରେ ମହିଳା ସ୍ଥାନ ଦେଇଛନ୍ତି ଅନେକ ଅସହାୟ ଜୀବଙ୍କୁ ।

ସୂଚନା ଅନୁସାରେ, ଆରିଫା ନାମକ ଜଣେ ମହିଳା ୨୦୦୬ ମସିହାରୁ ଜନତା କଲୋନିର ଏକ ଛୋଟ ଫ୍ଲାଟରେ ରୁହନ୍ତି । କହିବାକୁ ତ ଏଇଟା ଜନତା ଫ୍ଲାଟ କିନ୍ତୁ ଏହି ଘର ଏତେ ଛୋଟ କି ଏଠାରେ ଗୋଟିଏ ଲୋକ କିମ୍ବା ଦୁଇଟା ଲୋକ ରହିପାରିବେ । ଆରିଫା ପେଶାରେ ଜଣେ ବ୍ରୋକର । କିନ୍ତୁ ଆରିଫାଙ୍କ ହୃଦୟରେ ପଶୁ ପକ୍ଷୀମାନଙ୍କ ପାଇଁ ବିଶାଳ ଯାଗା ରହିଛି । ପିଲାଟି ଦିନରୁ ପଶୁ ପକ୍ଷୀ ମାନଙ୍କ ପାଇଁ ଆରିଫାଙ୍କ ଦୁର୍ବଳତା ରହିଛି । ଆରିଫାଙ୍କ ଏହି ଦୁର୍ବଳତା ବଡ ହୋଇ ସୌକ ପାଲଟିଯାଇଥିଲା । ବିବାହ ପରେ ବି ଆରିଫା ଘରେ ପଶୁ ପକ୍ଷୀ ଆଣି ରଖୁଥିଲେ । କିନ୍ତୁ ଆରିଫାଙ୍କ ସ୍ୱାମୀଙ୍କୁ ଏସବୁ ପସନ୍ଦ ନଥିଲା । ଶେଷରେ ଗୋଟେ ଦିନ ଆରିଫାଙ୍କ ସ୍ୱାମୀ ଆରିଫାଙ୍କୁ ତାଙ୍କ ପରିବାର ଏବଂ ପଶୁ ପକ୍ଷୀଙ୍କ ମଧ୍ୟରୁ ଜଣକୁ ବାଛିବାକୁ କହିଥିଲେ । ପଶୁ ପକ୍ଷୀଙ୍କ ପ୍ରତି ଅନେକ ଭଲପାଇବା ଥିବା କାରଣରୁ ଆରିଫା ଏହି ଦୁଇ ବିକଳ୍ପ ମଧ୍ୟରୁ ପଶୁ ପକ୍ଷୀଙ୍କୁ ବାଛିଥିଲା । ଆଉ ସେବେଠାରୁ ଆରିଫା ପରିବାର ଠାରୁ ଅଲଗା ହୋଇ ଏବେ ୨୫ ବିଲେଇ, ୨୦ କୁକୁର ଏବଂ ଅନ୍ୟାନ୍ୟ ପଶୁ ପକ୍ଷୀଙ୍କ ସହ ତାଙ୍କ ଫ୍ଲାଟରେ ରହୁଛନ୍ତି ।

ପଶୁ ପ୍ରତିଥିବା ଭଲ ପାଇବା ଆରିଫାଙ୍କୁ କେବଳ ତାଙ୍କ ପରିବାର ଠାରୁ ଅଲଗା କରିଦେଇ ନାହିଁ, ପରିବାର ସହିତ ପଡୋଶି ମାନଙ୍କଠାରୁ ମଧ୍ୟ ଅଲଗା ହେବାକୁ ପଡିଛି । ପଡୋଶି ମାନେ ମଧ୍ୟ ଆରିଫାଙ୍କୁ ବିରୋଧ କରିଛନ୍ତି କିନ୍ତୁ ତଥାବି ଆରିଫା ହାର ମାନିନାହାଁନ୍ତି, ସେ ସମସ୍ତଙ୍କ ଠାରୁ ଅଲଗା ହୋଇ ପଶୁ ପକ୍ଷୀଙ୍କ ସହ ଖୁସିରେ ଅଛନ୍ତି ।